Odisha Link
Bridging the Missing Links in Odisha

ଓଡ଼ିଶାରରେ ଭିକ୍ଷୁକ ମେଳା

ବାଲେଶ୍ୱର : ଟଙ୍କା ବିନା ବଞ୍ଚିବା ଅର୍ଥାତ୍ କଳ୍ପନା କରିବା ଅସମ୍ଭ । ଅନେକ ଲୋକଟଙ୍କା ପାଇଁ ଭିକ୍ଷୁକ କାମ ମଧ୍ୟ କରିଥାନ୍ତି । ସାଧାରଣତଃ ମନ୍ଦିର ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳିଥାଏ । କାରଣ ଏସବୁ ସ୍ଥାନରେ ପ୍ରବଳ ଜନସମାଗମ ଥାଏ । ତେଣୁ ଅଧିକ ଟଙ୍କା ପାଇବା ଆଶାରେ ଏହି ସବୁ ସ୍ଥାନ ଗୁଡ଼ିକକୁ ଭିକ୍ଷୁକମାନେ ଯାଇଥାନ୍ତି। ଆଉ ଧର୍ମ ମାସ କାର୍ତ୍ତିକରେ ଲୋକେ ପୁଣ୍ୟ ଆଶାରେ ଦାନ ଧର୍ମ କରିଥାନ୍ତି । ଏହି ସମୟରେ ମନ୍ଦିର ଗୁଡିକରେ ପ୍ରତିଦିନ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳେ ।

ଆପଣ ମାନେ ଅନେକ ପ୍ରକାରର ମେଳା ଦେଖିଥିବେ କିମ୍ବା ଶୁଣି ଥିବେ। କିନ୍ତୁ ଓଡ଼ିଶାରେ ଏମିତି ଏକ ଯାଗା ଅଛି , ଯେଉଁଠି ଭିକ୍ଷୁକମାନଙ୍କର ମେଳା ଲାଗେ । ବାଲେଶ୍ୱର ବାଲିଘାଟରେ ପ୍ରତି ବର୍ଷରେ କାର୍ତ୍ତିକ ପୂର୍ଣ୍ଣିମା ଏହି ମେଳା ହୋଇଥାଏ ।

ଏହି ମେଳାରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ହଜାର ହଜାର ଭିକାରୀ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ପରେ ଭିକାରୀମାନଙ୍କୁ ଖାଦ୍ୟ, ବସ୍ତ୍ର ସାଙ୍ଗକୁ ଚାଉଳ ଓ ଟଙ୍କା ପ୍ରଦାନ କରିଛନ୍ତି । ଏହି ମେଳାରେ ଯୋଗ ଦେବା ପାଇଁ ପଡ଼ୋଶୀ ରାଜ୍ୟର ଭିକାରୀମାନେ ସପ୍ତାହେ ଆଗରୁ ଆସି ନିଜ ପାଇଁ ସ୍ଥାନ ରଖିଥାନ୍ତି । ଆଉ ପ୍ରତିବର୍ଷ ଠିକ୍‌ ଏହି କାର୍ତ୍ତିକମେଳାରେ ଆସି ଭିଡ଼ ଜମାଇଥାନ୍ତି ।

Comments are closed.