Odisha Link
Bridging the Missing Links in Odisha

ସେଲ୍ଫି ଯୋଗୁଁ ଚାଲିଗଲା ଜୀବନ

କୋରାପୁଟ: ସେଲ୍ଫି ଉଠାଉଥିବା ବେଳେ ନଦୀରେ ଭାସିଗଲେ ଯୁବକ। ଯୁବକ ଜଣକ ହେଉଛନ୍ତି ବୈପାରୀଗୁଡ଼ାର ରିତିକ୍ ଆଚାରୀ। ଗତକାଲି ରିତିକ୍ ସାଙ୍ଗମାନଙ୍କ ସହ ପିକ୍ନିକ୍ ପାଇଁ ଗୁପ୍ତେଶ୍ୱର ଯାଇଥିଲେ। ଆଉ ସେଠି ଝରଣା ନିକଟରେ ସେଲ୍ଫ ନେଉଥିବା ସମୟରେ ଗୋଡ଼ ଖସିଯାଇଥିଲା। ଆଉ ଝରଣା ଦେଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ। ଖବର ପାଇ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ରିତିକଙ୍କ କୌଣସି ପତା ମିଳି ନାହିଁ।

Comments are closed.