ଭୁବନେଶ୍ବର ‘ମୋ ବସ୍’ ସେବାକୁ ଶ୍ରେଷ୍ଠ ସହରାଞ୍ଚଳ ଯାତାୟତ ପ୍ରକଳ୍ପ ସମ୍ମାନ

ଲକ୍ଷ୍ନୌ: ଭୁବନେଶ୍ବରରେ ଚାଲୁଥିବା ‘ମୋ ବସ୍’ ସେବାକୁ ମଳଳିଛି ଦେଶର ଶ୍ରେଷ୍ଟ ସହରାଞ୍ଚଳ ବସ୍ ସେବା ପ୍ରକଳ୍ପ ସମ୍ମାନ। ଲକ୍ଷ୍ନୌ ଠାରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ ସହରାଞ୍ଚଳ ଯାତାୟତ ସମ୍ମିଳନୀ(Urban Mobility India Conference)ରେ ଭୁବନେଶ୍ବରକୁ ଏହି ସସମ୍ମାନଜନକ ସ୍ବୀକୃତି ମିଳିଛି।
ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଓ ଏହା ସହ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୧୭ ତାରିଖ ରବିବାର ସଂଧ୍ୟାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଭୁବନେଶ୍ବରରେ ‘ମୋ ବସ୍’ ସେବା ପରିଚାଳନା କରୁଥିବା ରରାଜ୍ୟ ସରକାରଙ୍କ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT)କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।