Odisha Link
Bridging the Missing Links in Odisha

ଡିଜିପିଙ୍କୁ କିକ୍‌ ମାରିବା ପୁରୁଣା ଅଭ୍ୟାସ: ତାରା

ଭୁବନେଶ୍ବର: ଡିଜିପି ବିକେ ଶର୍ମାଙ୍କ ରାତିଅଧିଆ ବଦଳି ନେଇ ବର୍ଷିଲେ ତାରା ବାହିନୀପତି। ତାରା କହିଛନ୍ତି ଯେତେବେଳେ ସରକାର ନିଯୁକ୍ତି ଦେଲେ କାର୍ଯ୍ୟକଳାପ କଣ ଜାଣି ନଥିଲେ। ଯଦି ଜାଣି ନ ଥିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ। ରାତିଅଧିଆ ଜଣଙ୍କୁ ବାହାର କରି ଫୋପାଡ଼ି ଦେବା କେତେ ଯୁକ୍ତିଯୁକ୍ତ। ଏଇଟା ନୁଆ କିଛି କଥା ନୁହେଁ। ପୁରୁଣା ଅଭ୍ୟାସରେ ପରିଣତ ହୋଇଛି। ପୂର୍ବରୁ ଅନେକ ଡିଜିପିଙ୍କୁ ରାଜ୍ୟ ସରକାର କିକ୍‌ ମାରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଡିଜିପି ଦାୟିତ୍ୱ ଓ ଅଗ୍ନିଶମ ବିଭାଗ ଡିଜି ପଦରୁ ବିଜୟ କୁମାର ଶର୍ମାଙ୍କୁ ବିଦା ହେବାକୁ ପଡ଼ିଛି। ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଏହି କମିଟିରେ ସଦସ୍ୟ ଅଛନ୍ତି।
ଓଡ଼ିଶା ଡିଜିପି ପଦ ପାଇଁ ୟୁପିଏସସି ୩ ଜଣଙ୍କ ନାଁ ପଠାଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ତାଲିକାରେ ବି. କେ ଶର୍ମା, ଅଭୟ ଓ ପ୍ରଦୀପ କାପୁରଙ୍କ ନାଁ ଥିଲା। ୟୁପିଏସସି ପଠାଇଥିବା ସମସ୍ତ ୩ ଜଣ ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର।

Comments are closed.