Odisha Link
Bridging the Missing Links in Odisha

ଅଣ୍ଡା ନେଲା ଜୀବନ

ଧର୍ମଶାଳା: ଅଣ୍ଡା କଥା ପଡିଲେ ଆପଣ ନକଲି ଅଣ୍ଡା କିମ୍ବା ପ୍ଲାଷ୍ଟିକ ଅଣ୍ଡା କଥା ଭାବୁଥିବେ। ଆଜିକାଲି ଖବରକାଗଜ, ନ୍ୟୁଜ୍‌ ଓ ସୋସିଆଲ ମିଡିଆରେ ଆପଣ ପ୍ଲାଷ୍ଟିକ ଅଣ୍ଡା ବିଷୟରେ ଖବର ଶୁଣୁ ଥିବେ ନିଶ୍ଚିତ । କିନ୍ତୁ ଏଠାରେ ଆମେ ଆପଣଙ୍କୁ ନକଲି ଅଣ୍ଡା ବିଷୟରେ କହୁ ନାହୁଁ। ଏବେ ଆପଣ ଭାବୁ ଥିବେ ସାମାନ୍ୟ ଅଣ୍ଡା କିପରି ଯିବନ ନେଇପାରିବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସାମାନ୍ୟ ଅଣ୍ଡାରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ଘଟଣାଟି ହେଉଛି ଧର୍ମଶାଳା ଜାରକା ଗ୍ରାମପଞ୍ଚାୟତ ଅଞ୍ଚଳର ଜାଲସୁଖା ଗ୍ରାମର ଟିକରସାହିର ଗୁନା ବେହେରାଙ୍କ ୨୨ ବର୍ଷିୟ ପୁଅ ଚନ୍ଦନର।

ଗତ ରାତିରେ ଆରୁହା ହାଟରେ ଅଣ୍ଡା କିଣି ଖାଇବା ପରେ ଅଧିକ ମୂଲ୍ୟକୁ ଭିତ୍ତି କରି ଦୋକାନୀ, ଚନ୍ଦନ ଓ ତାଙ୍କ ସହ ଥିବା ଗାଁ ପିଲା ମାନସ ଦେହୁରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ଅନ୍ୟ ଦୋକାନୀମାନେ ମିଶି ଚନ୍ଦନ ଓ ମାନସଙ୍କୁ ମାରଧର କରିଥିଲେ। ଶେଷରେ ଚନ୍ଦନଙ୍କୁ ଧରି ନେଇ ପୋଖରୀରେ ବୁଡ଼ାଇ ବୁଡାଇ ମାରିବା ପରେ ବାଟିଜଙ୍ଗା ରେଳଧାରଣା ନିକଟରେ ଫୋପାଡ଼ି ଦେଇଥିଲେ।ଗୁରୁବାର ସକାଳେ ବାଟିଜଙ୍ଗା ରେଳଧାରଣା ପାଖରୁ ଚନ୍ଦନଙ୍କ ଶବ ଉଦ୍ଧାର କରଯାଇଛି। ପରିବାର ଲୋକେ ଚନ୍ଦନଙ୍କ ଶବ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ଆଣିଛନ୍ତି। ପୁଲିସ ଏଡି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.