Odisha Link
Bridging the Missing Links in Odisha

ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କର’ : ରାଜ୍ୟ ପାଳ

ଭୁବନେଶ୍ୱର : ଆମ ରାଜ୍ୟରେ ସୃଜନର ପରମ୍ପରା ଖୁବ୍‌ ସମୃଦ୍ଧ । ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତ । ସୃଜନର ସଫଳ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଆବଶ୍ୟକ ଏବଂ ସେ ପରିବେଶ ଓଡ଼ିଶାରେ ଅଛି ବୋଲି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ‘ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ-ରାଜ୍ୟ ପାଳ ଟ୍ରଫି, ୨୦୧୭-୧୮’ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପାଳ ପ୍ରଫେସର ଲାଲ କହିଲେ ଯେ ‘ଏତେ ସଂଖ୍ୟକ ଶିଶୁକିଶୋର ପ୍ରତିଭାମାନଙ୍କୁ ଦେଖି ସେ ସତରେ ଉଲ୍ଲସିତ ।

ଏହିମାନଙ୍କ ଦ୍ୱାରା ସୃଷ୍ଟି ହେବ ସହସ୍ର କଳାର କୋଣାର୍କ । ଜୀବନରେ ଆହୁରି ଉନ୍ନତି କର, ଆହୁରି ଆଗକୁ ଯାଅ, ନିଜ ପାଇଁ ନିଜେ ପରିଚୟ ସୃଷ୍ଟିକର’ ବୋଲି ରାଜ୍ୟ ପାଳ କହିଥିଲେ । ସେ କହିଥିଲେ ଯେ ଉତ୍କର୍ଷ କଳାର ରାଜ୍ୟ ଭାବରେ ଉତ୍କଳର ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଆସିଛି । ଉତ୍କଳ ହେଉଛି ସୃଜନ ଓ ଶାଶ୍ୱତର ଉର୍ବର ଭୂମି ।

ଏହା ଭାବର ଭୂଗୋଳ । ସମଗ୍ର ବ୍ରହ୍ମାଣ୍ଡରେ ଉତ୍କଳ ସହ ସମକକ୍ଷ ଭୂମି ନାହିଁ । ସ୍ଥାନୀୟ ରବୀନ୍ଦ୍ରମଣ୍ଡ ପରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ରାଜ୍ୟ ପାଳ ପ୍ରଫେସର ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମର୍ମରେ କୃତୀ ପ୍ରତିଭାମାନଙ୍କୁ ଉତ୍ସାହ ପ୍ରଦାନ ସହ ସେମାନଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ ବହୁବିଧି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା କଥା ଉଲ୍ଲେଖ କରିବା ପୂର୍ବକ କୃତୀ ପ୍ରତିଯୋଗୀମାନେ ଓଡ଼ିଶାର କଳା ଓ ସଂସ୍କୃତିର ଅଧିକତର ପ୍ରତିଷ୍ଠାରେ ଭାଗୀଦାରି ସାବ୍ୟସ୍ତ କରିବେ ବୋଲି ଆଶା ପ୍ରକଟ କରିଥିଲେ ।

ବିଭାଗୀୟ କମିଶନର ତଥା ଶାସନ ସଚିବ ବିଷ୍ଣୁ ପଦ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ଲୁପ୍ତ ପ୍ରାୟ କଳା ତଥା ନୃତ୍ୟସଂଗୀତର ସଂଗ୍ରହଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ସଭା ପତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭା ପତି ଶ୍ରୀ ରାମକୃଷ୍ଣ ସାହୁ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ଡ. ବିଜୟ ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ପୁରସ୍କୃତ ପ୍ରତିଭାମାନଙ୍କର ପ୍ରସ୍ତୁତ ଚିତ୍ରଗୁଡ଼ିକର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହାକୁ ଅତିଥିମାନେ ବୁଲି ଦେଖିଥିଲେ । ଲଳିତ କଳା ଏକାଡେମୀର ସଂପାଦକ ଗଜେନ୍ଦ୍ର ସାହୁ ଅତିଥିମାନଙ୍କୁ ପ୍ରଦର୍ଶନୀ ସଂ ପର୍କିତ ସୂଚନା ଦେଇଥିଲେ ।

ପ୍ରତିଭା ଅନ୍ବେଷଣ ୨୦୧୭-୧୮ରେ ଓଡ଼ିଶୀ ନୃତ୍ୟ ବରିଷ୍ଠ ପର୍ଯ୍ୟାୟ, ଓଡ଼ିଶୀ ନୃତ୍ୟ କନିଷ୍ଠ ପର୍ଯ୍ୟାୟ, ସଂଗୀତ ବରିଷ୍ଠ ପର୍ଯ୍ୟାୟ, ସଂଗୀତ କନିଷ୍ଠ ପର୍ଯ୍ୟାୟ, ଲୋକନୃତ୍ୟ ବରିଷ୍ଠ ପର୍ଯ୍ୟାୟ, ଲୋକନୃତ୍ୟ କନିଷ୍ଠ ପର୍ଯ୍ୟାୟ, ଚିତ୍ରାଙ୍କନ ବରିଷ୍ଠ ପର୍ଯ୍ୟାୟ ଓ ଚିତ୍ରାଙ୍କନ କନିଷ୍ଠ ପର୍ଯ୍ୟାୟରେ ଅନୁସ୍କା ମହାକୁଡ଼ (ଅନୁଗୋଳ), ମୋନାଲିସା କୁମାର (ସୁନ୍ଦରଗଡ଼), ପଦ୍ମାବତୀ ମହାନ୍ତ (କେନ୍ଦୁଝର), ଆଞ୍ଚଲ ପଣ୍ଡା (ଖୋର୍ଦ୍ଧା), ଅଙ୍କିତା ମହାରଣା (ଗଞ୍ଜାମ), ହର୍ଷିତା ମହାନ୍ତି (ଅନୁଗୋଳ), ଅଭିଲି ପ୍‌ସା ପଣ୍ଡା (କେନ୍ଦୁଝର), ଜସ୧⁄୨ିନ୍‌ ମହାନ୍ତି (କେନ୍ଦ୍ରା ପଡ଼ା), ଯୋଗେଶ୍ୱର ଦାଶ (ବରଗଡ଼), ଦେବାଂଶୀ ଦାଶ ( ପୁରୀ), ଅନିମେଶ ଦାଶ (କେନ୍ଦୁଝର), ଆର୍ଯ୍ୟା ଆଦ୍ୟାଶକ୍ତି ତି୍ର ପାଠୀ (ବରଗଡ଼), ଅର୍ପିତା ପ୍ରିୟଦର୍ଶିନୀ ମହାନ୍ତି (ବରଗଡ଼), ସିଦ୍ଧ ପ୍ରଜ୍ଞା ପାଢ଼ୀ (ସଞ୍ଚଲ ପୁର), ଡିମ୍ପୁଲ୍‌ ସାହୁ (ମୟୂରଭଞ୍ଜ), ଅଂଶୁମାନ୍‌ ଦାଶ (ବରଗଡ଼), ପୁଣ୍ୟ ପୁଲକିତା ମହା ପାତ୍ର(ସୁନ୍ଦରଗଡ଼), ଗଙ୍ଗୋତ୍ରୀ ଦାସ (କେନ୍ଦୁଝର), ଯଯାତିକେଶରୀ ଷଡ଼ଙ୍ଗୀ (କେନ୍ଦ୍ରା ପଡ଼ା), ଗୌରବ ମହାନ୍ତି (କଟକ), ଫେରି ପଟ୍ଟନାୟକ (ଜଗତସିଂହ ପୁର), ସ୍ୱୟଂଶ୍ରୀ ଚକ୍ର (କେନ୍ଦୁଝର), ଓମ୍‌ ପ୍ରଭା କରଣ (ବାଲେଶ୍ୱର) ଓ ରିତିକା ଜେନା(ସୁନ୍ଦରଗଡ଼) ପୁରସ୍କୃତ ହୋଇଥିଲେ ।

Comments are closed.