Odisha Link
Bridging the Missing Links in Odisha

ବିଧାୟକ ନ ହୋଇ ବି ଶପଥ ନେବେ ଉଦ୍ଧବ, ଏହି ତାଲିକାରେ ହେଲେ ସାମିଲ

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ମହାରାଷ୍ଟ୍ରର ଶିବାଜୀ ପାର୍କରେ ସନ୍ଧ୍ୟ ୬ଟା ୪୦ ମିନିଟରେ ଶପଥ ନେବେ ଉଦ୍ଧବ। ବିଧାନସଭାକୁ ନିର୍ବାଚିତ ନ ହୋଇ ବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ ଉଦ୍ଧବ ଠାକରେ। ସେ ମହାରାଷ୍ଟ୍ରର ୮ମ ମୁଖ୍ୟମନ୍ତ୍ରୀ ଯିଏ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଉଦ୍ଧବଙ୍କ ପୂର୍ବରୁ କଂଗ୍ରେସ ନେତା ଏଆର ଅନ୍ତୁଲାୟ, ବସନ୍ତଦାଦା ପାଟିଲ, ଶିବାଜୀରାଓ ନିଲାଙ୍ଗେକର ପାଟିଲ, ଶଙ୍କର ରାଓ ଚୌହାନ, ସୁଶୀଲ କୁମାର ସିନ୍ଦେ ଓ ପୃଥ୍ୱୀରାଜ ଚୌହାନ ପୂର୍ବରୁ ଏହି ତାଲିକାରେ ଥିଲେ। ହେଲେ ଏବେ ଉଦ୍ଧବ ଠାକରେ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ତତ୍କାଳୀନ କଂଗ୍ରେସ ନେତା ତଥା ବର୍ତ୍ତମାନର ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ବିଧାନସଭାକୁ ନିର୍ବାଚନ ନ ହୋଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ନିୟମ ଅନୁଯାୟୀ, ବିଧାନସଭାକୁ ନିର୍ବାଚିତ ନ ହୋଇ ବି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ସଦସ୍ୟଙ୍କୁ ୬ ମାସ ମଧ୍ୟରେ ନିର୍ବାଚନ ଲଢ଼ି ବିଧାୟକ ହେବାକୁ ପଡ଼ିବ।

Comments are closed.