Odisha Link
Bridging the Missing Links in Odisha

ଆରଟିଓ ଯାଞ୍ଚ ୩ ମାସ କୋହଳ

ଭୁବନେଶ୍ବର: ଟ୍ରାଫିନ୍ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ତନି ମାସ ବୃଦ୍ଧି ପାଇଛି। ପରିବର୍ତ୍ତିତ ମୋଟର ପରିବହନ ଆଇନକୁ ତିନିମାସ ତଳେ ରାଜ୍ୟ କଡାକଡା ଭାବେ ଲାଗୁ କରିଥିଲେ। ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିଶେଷକରି ଚାଲାଣ କାଟିବା ପ୍ରସଙ୍ଗରେ ଭୁବନେଶ୍ବର ରାଜମହଲ ଛକକରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ଖଣ୍ଡ ଯୁଦ୍ଧ ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗାଡି ଚାଳକମାନଙ୍କୁ କାଗଜପତ୍ର ଠିକ୍ କରିବା ଲାଗି ୩ମାସ ସମୟ ଦେଇଥିଲେ। ଡିସେମ୍ବର ୧ ତାରିଖକୁ ଏହି କଣ୍ଟ ପୂରୁଛି। ଫଳରେ ଡିସେମ୍ବର ୧ ତାରିଖରୁ ପୁଣି ଏହି ଆଇନକୁ କଡାକଡି କରାଯିବ ବୋଲି ଆଲୋଚନା ହେଉଥିଲା।
ତେବେ ରାଜ୍ୟରେ ଥିବା ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡକୁ ଦେଖିଲେ ଲାଗୁଛି ଯେ ଏହି ତିନି ମାସ ମଧ୍ୟରେ ଲୋକଙ୍କର କାଗଜପତ୍ର କାମ ସରିନାହିଁ। ଏବେ ଯଦି ଟ୍ରାଫିକ୍ ଆିନକୁ କଡାକଡ଼ି କରାଯାଏ ତାହେଲେ ପୁଣି ପୂର୍ବଭଳି ପରିସ୍ଥିତି ଉପୁଜିପାରେ। ଏହାକୁ ହୃଦଙ୍ଗମ କରିବା ପରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉତ୍ତସ୍ତରୀୟ ସମୀକ୍ଷା ତଥା ବିଚାରବିମର୍ସ ବୈଠକ ଅନୁଷ୍ଠି ହେଉଛି। ଯଦିଓ ବୈଠକ ପରେ ଡେଡଲାଇନ୍ ବଢିବ କି ନାହିଁ ତାହା ସ୍ପଷ୍ଟ ହେବ, ତେବେ ମନ୍ତ୍ରୀଙ୍କ ହାବଭାବରୁ ଅନୁମାନ କରାଯାଉଛି ଯେ ଡେଡଲାଇନ ପୁଣି ଘୁଞ୍ଚିପାରେ।

Comments are closed.