Odisha Link
Bridging the Missing Links in Odisha

୨ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାଞ୍ଚଲ୍ୟ

କେନ୍ଦ୍ରାପଡ଼ା : ଗୋଟିଏ ଗାଁରେ ଦୁଇଜଣଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି । କାଲି ଜଣଙ୍କର ଝୁଲନ୍ତା ମୃତଦେହ ମିଳିଥିଲା ଓ ଆଜି ଅଭିଯୁକ୍ତଙ୍କ ମୃତଦେହ ମିଳିଛି । ଝୁଲନ୍ତା ମୃତଦେହ ମିଳିଥିବା ପରେ ଅନ୍ୟ ଜଣଙ୍କୁ ଅଭିଯୁକ୍ତ କୁହାଯାଇଥିଲା ।

ଅଭିଯୁକ୍ତଙ୍କ ମୃତଦେହ ମହାକାଳପଡ଼ା ଥାନାର ଜଅଁରା ଗାଁରେ ଜଣଙ୍କ ଘର ଗାଡ଼ିଆରୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଦୁହିଁଙ୍କ ମୃତ୍ୟୁରେ କିଛି ଗୁମର କଥାରହିଛି। ଘରୁ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତଙ୍କ ନାଁ ପରିବାର ଲୋକ କାଲି ଥାନାରେ ଏତଲା ଦେଇଥିଲେ ।

ପରିବାର ଲୋକ ପୁଅର ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରି ଏତଲା ଦେଇଥିଲେ । ଦୁହିଁଙ୍କ ମୃତ୍ୟୁର କାରଣ ଜଣା ପଡିନଥିଲା ଓ ଏହା ଗାଁରେ ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ଏହା ତଦନ୍ତ ଆରମ୍ଭ କରିଛି ।

Comments are closed.