Odisha Link
Bridging the Missing Links in Odisha

୮୫୮୩ ମଦ୍ୟପ ଡ୍ରାଇଭର ଗିରଫ, ରେକର୍ଡ଼ ଭାଙ୍ଗିଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

ଭୁବନେଶ୍ବର: ତିନି ମାସ ମଧ୍ୟରେ ରାଜ୍ୟରେ ମୋଟ୍‌ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଓଡ଼ିଶା ପୋଲିସ୍। ସେପ୍ଟମ୍ବରରେ ମୋଟ ୨୩୯୪ ଜଣ ଗିରଫ ହୋଇଥିବା ବେଳେ ଅକ୍ଟୋବରରେ ୩୪୬୨ ମଦ୍ୟପ ଗିରଫ ହୋଇଛନ୍ତି। ନଭେମ୍ବର ମାସରେ ମୋଟ୍‌ ୨୭୨୭ ମଦ୍ୟପ ଡ୍ରାଇଭର ଗିରଫ ହୋଇଥିବା ସୂଚନା ଦେଇଛି ଓଡ଼ିଶା ପୋଲିସ୍।

ଏହି ୩ମାସରେ ଗିରଫ ହୋଇଥିବା ମଦ୍ୟପ ଡ୍ରାଇଭରଙ୍କ ମଧ୍ୟରୁ ସର୍ବାଧିକ ମଦ୍ୟପ ଡ୍ରାଇଭର ଗଞ୍ଜାମ ଜିଲ୍ଲାରେ ଗିରଫ ହୋଇଥିବା ସୂଚନା ରହିଛି।

Comments are closed.