Odisha Link
Bridging the Missing Links in Odisha

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଅଭୟାରଣ୍ୟ ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ରହିବ। କୁମ୍ଭୀର ଗଣନା ଯୋଗୁଁ ଏହା ବନ୍ଦ ରହିବ। ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଂଜ, କନିକା ରେଂଜ, ଗହୀରମଥା ଓ କୁଜଙ୍ଗ ରେଂଜରେ ଏହି ଗଣନା କରାଯିବ। ତେଣୁ ପର୍ଯ୍ୟଟକଙ୍କ ପାଇଁ ଏହି ସମୟ ଜାତୀୟ ଉଦ୍ୟାନ ବନ୍ଦରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ତତ୍ତ୍ବାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ଜଣାପଡିଛି।

Comments are closed.