Odisha Link
Bridging the Missing Links in Odisha

ଡ୍ରାଇଭିଂ ଲାଇସେନ୍ସ: ୩ ମାସରେ ୬ ଲକ୍ଷ ଆବେଦନ

ଭୁବନେଶ୍ବର: ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ଓଡ଼ିଶାରେ ଡ୍ରାିଭିଂ ଲାଇସେନ୍ସ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଗତ ତିନି ମାସ ଭିତରେ ପ୍ରାୟ ୬ ଲକ୍ଷ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ସରକାରଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧ରୁ ନଭେମ୍ବର ୩୦, ୨୦୧୯ ମଧ୍ୟରେ ୫.୮୭ ଲକ୍ଷ ଲୋକଙ୍କୁ ଲର୍ନର୍ସ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ଅଥଚ ଗତ ୨୦୧୮ ସାରା ବର୍ଷରେ ମାତ୍ର ୩.୪୮ ଲକ୍ଷ ଲୋକଙ୍କୁ ଏହା ମିଳିଥିଲା।

Comments are closed.