Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ବିକୃତ ଭାଷା

ଭୁବନେଶ୍ବର: ଓଡ଼ିଶାରେ ଶାସନ ଓଡ଼ିଆ ଭାଷାରେ ହେବା ନେଇ ନିୟମ ପ୍ରଣୟନ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେଉନାହିଁ। ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ହୋଇଛି ସତ। କିନ୍ତୁ ଘରୋଇ ଅନୁଷ୍ଠାନ ଦୂରର କଥା, ଏଯାଏଁ ବହୁ ସରକାରୀ ଅନୁଷ୍ଠାନର ନାମଫଳକରେ କେବଳ ଇଂରାଜୀ ଝଟକୁଛି।

ଏଭଳି ସମୟରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଓଡ଼ିଆଭାଷାର ତ୍ରୁଟିପୂର୍ଣ୍ଣ ବ୍ୟବହାର ଦେଖିବାକୁ ମିଳିଛି। ସ୍ବରାଷ୍ଟ୍ର ବିଭାଗ ଚିଠିରେ ଏଭଳି ଭୁଲ ଦେଖିବାକୁ ମିଳିଛି। ଲେଟର ହେଡ୍‌ରେ ବିକୃତ ଓ ବନାନ-ତ୍ରୁଟି ଭାଷାର ବ୍ୟବହାର ନଜରକୁ ଆସିଛି। ‘ସ୍ବରାଷ୍ଟ୍ର’ ବିଭାଗର ବନାନ ‘ସ୍‌ରାଷ୍‌ଟ୍‌ର’ ବୋଲି ଉଲ୍ଲେଖ ରହିଥିବା ବେଳେ ‘ଭୁବନେଶ୍ବର’କୁ ତ୍ରୁଟିପୂର୍ଣ୍ଣ ଭାବେ ‘ଭୁବନଶେ୍‌‌ର’ ବୋଲି ଲେଖାଯାଇଛି।

କେବଳ ଓଡ଼ିଆ ଭାଷା ନୁହେଁ, ଇଂରାଜୀ ଭାଷାର ବନାନରେ ମଧ୍ୟ ତ୍ରୁଟି ରହିଛି। ‘ଲୋକସେବା’ ଭବନକୁ ଇଂରାଜୀରେ ‘Lokoseva’ (ଲୋକୋସେବା?) ବୋଲି ଉଲ୍ଲେଖ କରାଯାଇଛି। ଅଥଚ ବିଭିନ୍ନ ସରକାରୀ ଓ୍ବେବ୍‌ସାଇଟ୍, ଏପରିକି ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ପୋର୍ଟାଲରେ ମଧ୍ୟ Lok Seva Bhawan ବୋଲି ଉଲ୍ଲେଖ ରହିଛି। ଅନ୍ୟ ବିଭାଗ ଓ ମନ୍ତ୍ରୀମାନେ Loka Seva Bhawan ଲେଖୁଥିବାର ଦେଖିବାକୁ ମିଳୁଛି। ଏପରି ସ୍ଥଳେ ଲେଟର ପ୍ୟାଡ୍‌ରେ ଏ ଭିନ୍ନ ବନାନ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

Comments are closed.