Odisha Link
Bridging the Missing Links in Odisha

ଏହା ପାକିସ୍ତାନର ସଂସଦ ନୁହେଁ: ଶିବସେନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭା ସରଗରମ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟସଭାରେ ସିଏବି ବିଲକୁ ଆଗତ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଲୋକସଭାରେ ସିଏବିକୁ ସମର୍ଥନ ଦେଇଥିବା ଶିବସେନା ରାଜ୍ୟସଭାରେ ୟୁଟର୍ଣ୍ଣ ନେଇଛି।

ରାଜ୍ୟସଭାରେ ଶିବସେନା ପକ୍ଷରୁ ଉତ୍ତର ରଖି କହିଛନ୍ତି ଯେ, କାଲିଠୁ ଶୁଣୁଛି ଯେ ଯିଏ ଏହି ବିଳକୁ ସମର୍ଥନ ଦେବ ନାହିଁ ସେ ଦେଶଦ୍ରୋହୀ। ଆଉ ଆଜି କୁହାଯାଉଛି ଯେ, ଯିଏ ଏହି ବିଲ୍‌ ବିରୋଧରେ ଅଛନ୍ତି ସେମାନେ ପାକିସ୍ତାନର ଭାଷା କହୁଛନ୍ତି। ଏହା କୌଣସି ପାକିସ୍ତାନ ସଂସଦ ନୁହେଁ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ଏଥିସହ ସଞ୍ଜୟ କହିଛନ୍ତି ଯେ, ଯଦି ଏତେ ଅସୁବିଧା ହେଉଛି ତେବେ ପାକିସ୍ତାନକୁ ନଷ୍ଟ କରିଦିଆଯାଉ। ଆମକୁ ହିନ୍ଦୁତ୍ବ ଓ ରାଷ୍ଟ୍ରବାଦ ଉପରେ କୌଣସି ପ୍ରକାର ପ୍ରମାଣପତ୍ର ଦରକାର ନାହିଁ ବୋଲି ସଞ୍ଜୟ କହିଛନ୍ତି। ଯେଉଁ ବିଦ୍ୟାଳୟରେ ଆପଣ ପଢ଼ୁଛନ୍ତି ସେ ବିଦ୍ୟାଳୟର ଆମେ ପ୍ରଧାନଶିକ୍ଷକ ବୋଲି ସଞ୍ଜୟ କହିଛନ୍ତି।

ଆମ ସ୍କୁଲର ପ୍ରଧାନଶିକ୍ଷକ ବାଲ ସାହେବ ଠାକରେ, ଅଟଳ ବିହାରୀ ବାଜପେୟୀ ଓ ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରମୁଖ ଥିଲେ ବୋଲି ସଞ୍ଜୟ ରାଜ୍ୟସଭାରେ କହିଛନ୍ତି।

Comments are closed.