Odisha Link
Bridging the Missing Links in Odisha

ପ୍ରଥମ ଜାତୀୟ ପଦକର ନିକଟତର ଓଡ଼ିଶା

ଭୁବନେଶ୍ୱର: ଆଜି ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ୩୩ତମ ୟୋନେକ୍ସ-ସନରାଇଜ୍ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ୧୫ ବର୍ଷରୁ କମ୍ ମିକ୍ସଡଡବଲ୍ସ ଇଭେଣ୍ଟର ଫାଇନାଲଷର ପ୍ରବେଶକରି ଓଡିଶାର ତାରକା ସଟ୍ଲର ଶ୍ୱେତପର୍ଣ୍ଣା ପଣ୍ଡା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜାତୀୟ ପଦକର ନିକଟତର ହୋଇଛନ୍ତି ।

ହରିଆନାର ୪ର୍ଥ ସିଡ୍ ମୟଙ୍କ ରାଣା ଓ ଉନ୍ନତି ହୁଡ୍ଡା ଯୋଡିଙ୍କ ବିରୋଧରେ ଟପସିଡ ଶ୍ୱେତପର୍ଣ୍ଣା ଓ ସହଯୋଗୀ ତେଲେଙ୍ଗାନାର ସାତ୍ୱିକ୍ ରେଡ୍ଡିକେ ନିଜ ସେମିଫାଇନାଲ ମ୍ୟାଚରେ ଆରମ୍ଭରୁ ଶେଷ ଯାଏଁ ଆଧିପତ୍ୟ ଜାରିରଖିବା ସହ ୨୧-୧୭, ୨୧-୧୩ରେ ବିଜୟ ହାସଲ କରିଥିଲେ ।

ଫାଇନାଲ ମ୍ୟାଚ୍ରେ ଆସନ୍ତାକାଲି ଶ୍ୱେତପର୍ଣ୍ଣା ଓ ସାତ୍ୱିକ୍ ୩ୟ ସିଡ୍ ଚଣ୍ଡିଗଡ- ହରିଆନାର ସମରବୀର ଓ ରିଜୁଲ୍ସାଇନିଙ୍କୁ ଭେଟିବେ । ସମରବୀର ଓ ରିଜୁଲ ହରିଆନାର ଯୋଡି ସନିନେ ହେରା ଓ ମୁସ୍କାନ ସାଙ୍ଗୱାନ୍ ବିରୋଧରେ ନିଜର ଶେଷ ୪ଟି ପ୍ରତିଯୋଗିତାକୁ ୨୧-୧୨, ୨୧-୧୪ରେ ହରାଇଥିଲେ ।

ସେହିପରି ଆୟୁଷ ପଟ୍ଟନାୟକ ନିଜର କର୍ଣ୍ଣାଟକ ସହଯୋଗୀ ସୁବାଷ ଭିଙ୍କସହ ୧୭ ବର୍ଷରୁ କମ୍ ବଙ୍କଳ ଡବଲସ ସେମିଫାଇନାଲକୁ ଉତ୍ତୀର୍ଣ୍ଣହୋଇ ଆଉ ଏକ ସଫଳତା ପ୍ରଦାନ କରିଛନ୍ତି । ସେମାନେ ତେଲେଙ୍ଗାନା-ଆସାମଯୋଡି ଉନିଥି କ୍ରିଷ୍ଣା ବିଭି ଓ ଆୟନ ରସିଦଙ୍କୁ ୧୮-୨୧, ୨୧-୮, ୨୧-୧୯ରେ ପରାଜିତ କରିଥିଲେ । ୨ୟ ସିଡେଡ୍ ଆୟୁଷ ଓ ସୁବାଷ ସେମିଫାଇନାଲ ମ୍ୟାଚରେ କରେଳର ଯୋଡି ଆର‌୍ୟନ ଅଜି ଆର୍ ଓ ଅବ୍ରାର ମହମ୍ମଦୁଙ୍କୁ ଭେଟିବେ ।

ଅନ୍ୟପକ୍ଷରେ ତାରାଶାହ (ମହାରାଷ୍ଟ୍ର) ଓ ମାନ୍ସି ସିଂହ (ୟୁପି) ୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲସ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସେମିଫାଇନାଲ ମ୍ୟାଚରେ ଟପସିଡ୍ ମାନସି ୨୧-୮, ୧୮-୨୧, ୨୧-୧୩ରେ ଜିତିବା ପୂର୍ବରୁ ବିଜେଶ ହରିଶ (କର୍ଣ୍ଣାଟକ)ଙ୍କଠାରୁ କଡା ଟକ୍କରର ସମ୍ମୁଖୀନ ହୋଇଥିଲେ । ସେହିପରି ୧୪ତମ ସିଡ୍ ତାରା ଶାହା ୭ମ ସିଡ୍ ତନିଶା ସିଂହ (ୟୁପି)ଙ୍କୁ ୨୧-୧୩, ୨୧-୧୯ରେ ପରାଜିତ କରିଥିଲେ ।

Comments are closed.