Odisha Link
Bridging the Missing Links in Odisha

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାର କୃଷିର ଉନ୍ନତି ଓ କୃଷକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟକରୁଥିବା ସ୍ଥଳେ ଓଡିଶା ଉଠା ଜଳ ସେଚନ ନିଗମ ଏହି ସଂକଳ୍ପକୁ ସଠିକ୍ ରୂପାୟନ ନିମନ୍ତେ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଗତକାଲି ଓ.ଏଲ୍.ଆଇ.ସି.ର ଅଧ୍ୟକ୍ଷ ଅମରେଶ ପତ୍ରୀ କଟକ ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପ ବିଭାଗଗୁଡିକୁ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ସଂପୃକ୍ତ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟଗୁଡିକୁ ତୁରନ୍ତ ଶେଷ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକ ପରେ ଅଧ୍ୟକ୍ଷ ପତ୍ରୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ କଟକ ସଦର ଓ ଚୌଦ୍ୱାର- କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପ ଓ କ୍ଲଷ୍ଟର (ପୁଞ୍ଜ) ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ସଂପୃକ୍ତ ଅଂଚଳର କୃଷକମାନଙ୍କ ସହିତ ଆଲୋଚନା କରିଥିଲେ ।

କୃଷକମାନେ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା କେବଳ ଧାନଚାଷ ନୁହେଁ, ବରଂ ରବି ଓ ଖରିଫ୍ ଋତୁରେ ବିଭିନ୍ନ ପନିପରିବା ଓ ଫୁଲଚାଷ କରି ଉପକୃତ ହେଉଥିବାରୁ ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଯୋଗୁଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଓ.ଏଲ୍.ଆଇ.ସି . ଅଧ୍ୟକ୍ଷ ପତ୍ରୀ ଜଣାଇଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫- ଟି ମନ୍ତ୍ରକୁ ଆଧାର କରି ସେ ରାଜ୍ୟର ବିଭିନ୍ନ ଉପଖଣ୍ଡକୁ ଯାଇ ଚାଷୀଭାଇମାନଙ୍କ ଉଠା ଜଳସେଚନ ସଂକ୍ରାନ୍ତୀୟ ଯେଉଁସବୁ ସମସ୍ୟା ରହିଛି, ସେସବୁକୁ ସମାଧାନ କରି ପ୍ରକଳ୍ପକାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ଅବ୍ୟାହତ ରଖିବେ । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ସହିତ କୃଷକଙ୍କ ଆୟକୁ ବହୁଗୁୁଣିତ ହେବାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଉଠାଜଳସେଚନ ନିଗମର ସହଭାଗିତା ଜାରି ରହିବ ବୋଲି ପତ୍ରୀ ପ୍ରକାଶ କରିଛନ୍ତି ।

କଟକ ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସମେତ କଟକ ଜିଲ୍ଲା ଅନ୍ତର୍ଗତ ସମସ୍ତ ନିର୍ବାଚନ ମଣ୍ଡଳୀର ଅନ୍ୟ ସମସ୍ତ ବିଧାୟକଙ୍କ ପ୍ରତିନିଧିମାନେ ଯୋଗଦେଇ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

ସମୀକ୍ଷା ବୈଠକ ଓ ପ୍ରକଳ୍ପ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେଓ.ଏଲ୍.ଆଇ.ସି. ମ୍ୟାଟେରିଆଲ୍ ପ୍ରୋକ୍ୟୁରମେଣ୍ଟ ଓ କ୍ୱାଲିଟି କଣ୍ଟ୍ରୋଲ ଅଧୀକ୍ଷଣ ଯନ୍ତ୍ରୀ ତଥା କଟକ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଇଂ.ମାନସ ରଂଜନ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ପବିତ୍ର ପରିଡା, ଏସ୍.ଡି.ଓ ସଂଗ୍ରାମ କେଶରୀ ଦାସ, ଅଜୟ କୁମାର ମିଶ୍ର, ପବିତ୍ରମୋହନ ସାହୁ, ସହକାରୀ ଯନ୍ତ୍ରୀ ଅପୂର୍ବ କୁମାର ସାହୁ, ସରୋଜ ଚନ୍ଦ୍ର ସାହୁ, ବଂଶୀଧର ଦାସଙ୍କ ସମେତ କଟକ ଡିଭିଜନର ବେଣ୍ଟକାର, ଆଠଗଡ, ବାଙ୍କୀ, ତିର୍ତୋଲ, ବାଲିକୁଦା, କଟକ ଆଦି ୬ଟି ସବଡ଼ିବଭିଜନର
ସମସ୍ତ କନିଷ୍ଟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Comments are closed.