Odisha Link
Bridging the Missing Links in Odisha

ସିଡିଏସ୍‌ ପଦକୁ କ୍ୟାବିନେଟ୍‍ ମଞ୍ଜୁରୀ

ନୂଆଦିଲ୍ଲୀ: ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍(ସିଡିଏସ୍‍)କୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ମିଳିଛି। କ୍ୟାବିନେଟ୍‍ରେ ସିଡିଏସ୍‍ ନିଯୁକ୍ତି ନେଇ ଘୋଷଣା ହୋଇଥିଲେ ମଧ୍ୟ ଏହି ପଦବୀରେ କାହାକୁ ନିଯୁକ୍ତ କରାଯିବ ସେ ନେଇ କୌଣସି ଘୋଷଣା କରାଯାଇନାହିଁ।

ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ପଦବୀ ସୃଷ୍ଟିକୁ ସୁରକ୍ଷା କ୍ୟାବିନେଟ କମିଟି ମଞ୍ଜୁରୀ ଦେଇଛି। ସିଡିଏସ୍‌ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଏଥିସହ ସିଡିଏସ ପ୍ରତିରକ୍ଷା ବ୍ୟାପାର ବିଭାଗ(ଡିଏମ)ର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଏହି ବିଭାଗରେ ପ୍ରତିରକ୍ଷା ବ୍ୟାପାର ସମ୍ପର୍କରେ ସବୁ କିଛି ବୁଝିବା ପାଇଁ ମିଲିଟାରୀ ଓ ସିଭିଲିଆନ ଅଫିସର ରହିବେ। ଏହି ବିଭାଗ ଅଧିନରେ ୩ ସେନା ବାହିନୀ ରହିବେ। ସିଡିଏସ ଚିଫ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ରହିବେ। ତାଙ୍କୁ ପ୍ରତିରକ୍ଷା ଅଧିକାରୀମାନେ ଏ ଦିଗରେ ସହଯୋଗ କରିବେ।

Comments are closed.