Odisha Link
Bridging the Missing Links in Odisha

ଓସ୍କାର ଦୌଡ଼ରେ ଓଡ଼ିଆ ‘ଦ ଲାଷ୍ଟ କଲର୍‌’

ଭୁବନେଶ୍ୱର : ଅନେକ ସିନେମାର ନିର୍ଦ୍ଦେଶକ ନିଜ ସିନେମାକୁ ଓସ୍କାର ତାଲିକାରେ ଦେଖିବାକୁ ଚାହିଁ ଥାନ୍ତି । ବର୍ତ୍ତମାନ ଓସ୍କାର ଦୌଡ଼ରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ସିନେମା ‘ଦ ଲାଷ୍ଟ କଲର୍‌’ ସାମିଲ ହୋଇଛି । ଓସ୍କାର ପାଇଁ ମନୋନୀତ ହୋଇଥିବା ୩୪୪ଟି ସିନେମା ମନୋନୀତ କରାଯାଇଛି ।

ସେ ମଧ୍ୟରେ ‘ଦ ଲାଷ୍ଟ କଲର୍‌’ ତାଲିକାରେ ରହିଛି । ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଛି । ଜିତେନ୍ଦ୍ର ଓଡ଼ିଶାର ଟିଟଲାଗଡ଼ ଠାରେ ଜନ୍ମ ଗ୍ରହଣ କରିଛିନ୍ତି । ‘ଦ ଲାଷ୍ଟ୍ କଲର୍‌’ ସିନେମାଟିକୁ ବିକାଶ ଖନ୍ନା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ନିନା ଗୁପ୍ତା ଅଭିନୟ କରିଛନ୍ତି । ସିନେମାଟି ୨୦୧୯ ଜାନୁଆରି ୪ ରେ ସିନେପରଦାକୁ ଆସିଥିଲା ।

Comments are closed.