Odisha Link
Bridging the Missing Links in Odisha

ଜେଏନୟୁ ହିଂସା: ଫଟୋ ଜାରି କଲା ପୁଲିସ୍, ଛାତ୍ରସଂଘ ସଭାପତି ଆଇଷୀ ଘୋଷଙ୍କ ନାମ ସାମିଲ

ନୂଆଦିଲ୍ଲୀ: ଜେଏନୟୁ ହିଂସା ମାମଲାରେ ଦିଲ୍ଲୀ ପୁଲିସର ସାମ୍ବାଦିକ ସମ୍ମିଳନୀ। ଦିଲ୍ଲୀ ପୁଲିସ୍‌ ମୁଖପାତ୍ର ଏମ୍‌ଏସ୍‌ରନ୍ଧଓ୍ବା କହିଛନ୍ତି ଯେ, ଘଟଣାକୁ ନେଇ ବିଭିନ୍ନ ପ୍ରକାର ଭୁଲ ସୂଚନା ପ୍ରଚାର କରାଯାଉଛି। ଜାନୁଆରୀ ୧ରୁ ୫ ଯାଏଁ ଜେଏନୟୁରେ ରେଜିଷ୍ଟ୍ରେସନ ଯୋଜନା ଥିଲା। ଏହାକୁ ନେଇ ୪ଛାତ୍ର ସଂଗଠନ ରେଜିଷ୍ଟ୍ରେସନର ବିରୋଧରେ ଥିଲେ ବୋଲି କହିଛି ଦିଲ୍ଲୀ ପୁଲିସ୍।

ଏଥିସହିତ ଦିଲ୍ଲୀ ପୁଲିସ୍‌ କହିଛି ଯେ, ରେଜିଷ୍ଟ୍ରେସନ ସମର୍ଥନରେ ଥିବା ଛାତ୍ରଙ୍କୁ ମାଡ଼ ମରାଯାଇଛି। ଜାନୁଆରୀ ୪ରୁ ସର୍ଭର ରୁମକୁ ନଷ୍ଟ କରାଯାଇଛି ବୋଲି ସୂଚନା ଦେଇଛି ପୁଲିସ୍। ହିଂସାକାଣ୍ଡ ଘଟାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ଜଣଙ୍କୁ ଚିହ୍ନଟ କରାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଦିଲ୍ଲୀ ପୁଲିସ୍। ଏହାମଧ୍ୟରେ ଛାତ୍ରସଂଘ ସଭାନେତ୍ରୀ ଆଇଶି ଘୋଷଙ୍କ ନାମ ମଧ୍ୟ ସାମିଲ ରହିଛି। ଏଥିସହିତ ବିକାଶ ପଟେଲ (କୋରିଆନ୍‌ ଷ୍ଟଡିଜ୍‌), ପଙ୍କଜ ମିଶ୍ର (ସ୍କୁଲ ଅଫ୍‌ ସୋଶାଲ ସାଇନ୍ସ), ଚୁନ୍‌ଚୁନ୍‌ କୁମାର (ପୂର୍ବତନ ଜେଏନ୍‌ୟୁ ସଭାପତି), ଯୋଗେନ୍ଦ୍ର ଭରଦ୍ୱାଜ (ପିଏଚ୍‌ଡି, ସଂସ୍କୃତ), ଡୋଲନ୍‌ ସାମନ୍ତରା (ସ୍କୁଲ ଅଫ୍‌ ସୋଶାଲ ସାଇନ୍ସ), ସୁଚେତା ତାଲୁକଦାର (ସ୍କୁଲ ଅଫ୍‌ ସୋଶାଲ ସାଇନ୍ସ), ପ୍ରିୟ ରଞ୍ଜନ (ସ୍କୁଲ ଅଫ୍‌ ଲାଙ୍ଗୁଏଜ୍‌ ଆଣ୍ଡ କଲଚରାଲ ଷ୍ଟଡିଜ୍‌) ଏବଂ ଭାସ୍କର ବିଜୟଙ୍କ ନାମ ମଧ୍ୟ ସାମିଲ ରହିଛି ।