Odisha Link
Bridging the Missing Links in Odisha

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଟସ୍‌ ଜତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।

ଭାରତୀୟ ଦଳ ପ୍ଲେଇଙ୍ଗ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ସଞ୍ଜୁ ସାମସନ, ମନୀଷ ପାଣ୍ଡେ ଓ ଚାହଲଙ୍କୁ ଦଳରେ ସ୍ଥାନ ମିଳିଛି। ଫଳରେ ବାଦ୍‌ ପଡିଛନ୍ତି ଋଷଭ ପନ୍ଥ, ଶିଭମ ଦୁବେ ଓ କଲଦୀପ ଯାଦବ। ଫଳରେ ଦଳର ଓ୍ବିକେଟ କିପିଂ ଭାର ନେବେ ସଞ୍ଜୁ ସାମସନ।

Comments are closed.