Odisha Link
Bridging the Missing Links in Odisha

୨ ଦିନ ଭିତରେ ବିଲ୍‌ ନ ଦେଲେ ଅନ୍ଧାର !

ଭୁବନେଶ୍ବର: ବକେୟା ବିଦ୍ୟୁତ୍‌ ବିଲ୍‌ ପାଇଁ ଆସନ୍ତା ୧୬ ତାରିଖରୁ ବିଦ୍ୟୁତ କାଟ ହେବ। ଆଜି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି। ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ। ଏଥିପାଇଁ ୪୧୩ଟି ସ୍କାର୍ଡ ସେସୁର ୯ ଜିଲ୍ଲାରେ କାମ କରିବେ। ଦୁଇ ଦିନ ଭିତରେ ବିଲ ଦିଅନ୍ତୁ ନଚେତ ବିଦ୍ୟୁତ କାଟ ହେବ ବୋଲି ସେସୁ କହିଛି।
ତେବେ ସାରା ଗାଁରେ ବିଦ୍ୟୁତ କାଟ ହେବନି। ଯେଉଁ ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ହିଁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ। ପୂର୍ବରୁ ବିଦ୍ୟୁତ ବିଲ ପୈଠ ନ କଲେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଘୋଷଣା କରିଥିଲା। ଏହାକୁ ନେଇ ବିବାଦ ବି ଦେଖାଦେଇଥିଲା। ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଛନ୍ତି। ଏହାମଧ୍ୟରେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଦେଇଛି।

Comments are closed.