Odisha Link
Bridging the Missing Links in Odisha

ୱାର ଓ ସୁପର-୩୦ ପରେ ଏହି ସିନେମାରେ ନଜର ଆସିବେ ହ୍ରିତିକ୍‌

ମୁମ୍ବାଇ : ବଲିଉଡ଼ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କୁ ଅନ୍ୟ ଏକ ନୂଆ ସିନମାରେ ଦେଖିବାକୁ ମିଳିବ । ତାଙ୍କ ଅଭିନୀତ ସିନେମା ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ସେଥିପାଇଁ ତାଙ୍କୁ ସମସ୍ତେ ନିଜ ସିନେମାରେ ନେବାକୁ ଚାହୁଁଛନ୍ତି । ହ୍ରିତିକ୍ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣିବା ସହ ହିଟ୍ ସିନେମା ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ, କରଣ ଜୋହର ତାଙ୍କ ଆଗାମୀ ସିନେମାରେ ହ୍ରିତିକ୍‌ଙ୍କୁ ନେଇଛନ୍ତି। ଏଥିରେ ସେ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ନିକଟରେ କରଣ ଏହି ଘୋଷଣା କରିଛନ୍ତି । ନୀତିନ ଗୋଖଲେଙ୍କ ବହି ‘ଆର୍‌ ଏନ୍‌ କାଓ: ଜେଣ୍ଟଲ୍‌ମ୍ୟାନ୍‌ ସ୍ପାଇମାଷ୍ଟର’କୁ ନେଇ ଏକସିନେମା ନିର୍ମାଣ କରାଯିବ। କରଣ ଓ ଆନନ୍ଦ ତିୱାରୀ ମିଶି ଏହାକୁ ତିଆରି କରିବେ ।

ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ସିନେମାଟି ରାମେଶ୍ୱର କାଓ ନାମକ ଜଣେ ଭାରତୀୟ ଗୁପ୍ତଚରଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ସେ ଭାରତୀୟ ଗୁଇନ୍ଦା ବିଭାଗ ‘RAW’ର ପ୍ରଥମ ଗୁପ୍ତଚର ଥିଲେ। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ବ୍ୟକ୍ତିଗତ ମୁଖ୍ୟ ଅଙ୍ଗରକ୍ଷକ ଓ ରାଜୀବ ଗାନ୍ଧିଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ମଧ୍ୟ କାମ କରିଥିଲେ।  ସିନେମା ହ୍ରିତିକ୍‌ ରାମେଶ୍ୱର କାଓ ଚରିତ୍ରରେ ଅଭିନୟ କରିବେ। କିନ୍ତୁ ଏ ବିଷୟରେ ହ୍ରିତିକ୍‌ଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

Comments are closed.