Odisha Link
Bridging the Missing Links in Odisha

ଜାନୁଆରୀ ୩୧ରୁ ଏବିଭିପିର ରାଜ୍ୟ ଅଧିବେଶନ

କଟକ : ଭାରତର ସର୍ବବୃହତ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶା ରାଜ୍ୟର ୪୪ ତମ ରାଜ୍ୟ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖ ରେ ଆରମ୍ଭ ହେବ । ଜାନୁଆରୀ ୩୧ ,ଫେବ୍ରୁଆରୀ ୧ ଏବଂ ଫେବ୍ରୁଆରୀ ୨ ତିନି ଦିନ ଧରି କଟକ ସ୍ଥିତ ବସୁନ୍ଧରା ପଡିଆ ଠାରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଅଛି। ଏହି ଅଧିବେଶନ ରେ ଓଡ଼ିଶାର ୩୦୦ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ , ୧୪ ରୁ ଉର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଓ ୫ରୁ ଅଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ରୁ ୧୦୦୦ ରୁ ଅଧିକ ବିଦ୍ୟାର୍ଥୀ ଯୋଗଦେବେ ।

ଏହି ଅଧିବେଶନ ରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସ୍ଥିତି ଓ ସାମାଜିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବ। ଦୁଇଟି ପ୍ରସ୍ତାବ ମଧ୍ୟ ପାଳିତ ହେବ ।ଅଧିବେଶନରେ ବିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ ଓ ଆଦର୍ଶ ,କାର୍ଯ୍ୟପଦ୍ଧତି ଉପରେ ଅଭିଭାଷଣ ହେବା ସହିତ ବିଦ୍ୟାର୍ଥୀ ପରିଷଦ ର ବିଭିନ୍ନ ଆୟମ ଓ ଗତିବିଧି ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ଚର୍ଚା ମଧ୍ୟ ସ୍ଥାନ ପାଇବ ।

ଏହି ଅଧିବେଶନ ରେ ଶିକ୍ଷାବର୍ଷ ୨୦୨୦-୨୦୨୧ ପାଇଁ ବିଦ୍ୟାର୍ଥୀ ପରିଷଦର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ହେବା ସହ ନୂତନ ସଭାପତି ଓ ସମ୍ପାଦକ ମଧ୍ୟ ଚୟନ କରାଯିବ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ସଭାପତି ଓ ସମ୍ପାଦକ ନିର୍ବାଚିତ ହେବେ ।

ଏହି ୪୪ ତମ ରାଜ୍ୟ ଅଧିବେଶନ ରୁ ବିଦ୍ୟାର୍ଥୀ ପରିଷଦ ର ସମସ୍ତ କାର୍ଯ୍ୟକର୍ତା ଉର୍ଜା ର ସହିତ ନିଜର କ୍ୟାମ୍ପସ କୁ ଯାଇ ନୂତନ ଭାରତ ନିର୍ମାଣ ର କାର୍ଯ୍ୟ କୁ ଆଗକୁ ନେବେବୋଲି ବିଦ୍ୟାର୍ଥୀ ପରିଷଦ ର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି ।

Comments are closed.