Odisha Link
Bridging the Missing Links in Odisha

ଜାତୀୟ ସାହାସିକତା ପୁରସ୍କାର ପାଇବେ ଓଡ଼ିଶାର ୩ ଝିଅ

ନୂଆଦିଲ୍ଲୀ: ଆଜି ୬୩ ତମ ଜାତୀୟ ସାହାସିକତା ପୁରସ୍କାର ୨୦୧୯ ଘୋଷଣା ହୋଇଛି। ପ୍ରତିକୂଳ ପରିସ୍ଥିତିରେ ନିଜର ସାହସକୁ ପ୍ରଦର୍ଶନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଜାତୀୟ ସ୍ତରରେ ସାହସିକତା ସମ୍ମାନରେ ସମ୍ମାନିତ କରାଯିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ୨୨ ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ଦେଇ ସମ୍ମାନିତ କରାଯିବ।

ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ଏହି ପୁରଷ୍କାର ଘୋଷଣା କରାଯାଇଛି। ୧୨ ରାଜ୍ୟର ୧୦ ଝିଅ ଓ ୧୨ ପୁଅଙ୍କୁ ବିଭିନ୍ନ ବର୍ଗରେ ସାହାସିକତା ପୁରଷ୍କାରରେ ସମ୍ମାନିତ କରାଯିବ। ଏହି ତାଲିକାରେ ଓଡ଼ିଶାରୁ ୩ ଜଣ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ାର ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ଦ୍ରୁବ ପୁରସ୍କାର, ଅନୁଗୁଳର ଶ୍ରୀମତୀ ଭଦ୍ରାଙ୍କୁ ପ୍ରହ୍ଲାଦ ଜାତୀୟ ସାହସିକତା ପୁରସ୍କାର ମିଳିବ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ର ସବିତା ଗିରି ଓ ପୂର୍ଣ୍ଣିମା ଗିରି। ନିପାଣିଆ ଗ୍ରାମ ନିକଟ ଗଳିଆ ନଦୀରେ ହୁକିଟୁ ଲରୁବଣ ଭୋଜି ସାରି କୁଜଙ୍ଗ କୁ ଫେରିବା ବେଳେ ଡ଼ଙ୍ଗା ବୁଡି ଯିବାରୁ ୧୦ ଜଣ ମୃତ୍ୟ ବରଣ କରିଥିଲେ। ସେହି ସମୟରେ ଏହି ଦୁଇ ଭଉଣୀ ଦେବ ଦୂତ ସାଜି ୧୨ ଜଣଙ୍କ ଜୀବନ ବଞ୍ଚିଇ ଥିଲେ। ଏହି ସାହାସିକତା କାର‌୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ମନ୍ନିତ ମଧ୍ୟ କରିଥିଲେ। ଏବଂ ଅନୁଗୂଳର ଶ୍ରୀମତି ବଡ୍ରା ରେଳ ଦୁର୍ଘଟଣା ସମୟରେ ନିଜ ସାଙ୍ଗର ଜୀବନ ବଂଚାଇଥିଲେ ତେଣୁ ତାଙ୍କୁ ପ୍ରହ୍ଲାଦ ପୁରସ୍କାରରେ ସମ୍ମାନିତ କରାଯିବ ।

Comments are closed.