Odisha Link
Bridging the Missing Links in Odisha

ଟ୍ରାଫିକ୍ ସଚେତନତାର ବାର୍ତ୍ତା ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ, ଭାଇରାଲ ହେଉଛି ‘ଓବେ ଟ୍ରାଫିକ୍‌ ରୁଲ୍‌ ଗୀତ’

ନୟାଗଡ଼: ସାରା ରାଜ୍ୟରେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀ ମାନେ ଏକ ଅଭିନବ ଉପାୟରେ ଟ୍ରାଫିକ୍‌ ନିୟମ ପାଳନ କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି। ସମସ୍ତେ ଠିକ୍‌ ଭାବରେ ଟ୍ରାଫିକ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋତର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ।

ଯାହା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ସଙ୍ଗୀତ ସାମିଲ ହୋଇଥିବା ବେଳେ ଏହା ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଗାଇଥିବା ଏ ଗୀତରେ ଟ୍ରାଫିକ ସଚେତନତା ପାଇଁ ସରକାରଙ୍କ ପ୍ରତିଟି ବାର୍ତ୍ତା ସ୍ଥାନ ପାଇଛି। ଏହି ଗୀତ କିନ୍ତୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତିଆରି ହୋଇଛି। ଗୀତରେ ଟ୍ରାଫିକ୍‌ ନିୟମ ବିଷୟରେ ସଚେତନ କରିଛନ୍ତି କୁନିକୁନି ଗାୟକ। ଓବେ ଟ୍ରାଫିକ୍‌ ରୁଲ୍‌ ନାମରେ ଏହି ଗୀତ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Comments are closed.