ବଢିପାରେ ବିଜୁଳି ଦର!

ଭୁବନେଶ୍ବର: ବଢିପାରେ ବିଜୁଳି ଦର। ବିଜୁଳି ଦର ବୃଦ୍ଧି ନେଇ ଆବେଦନ କରିଛନ୍ତି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନି। ଏନେଇ ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଆଜିଠୁ ଏହି ମାମଲାର ଶୁଣାଣି କରିବେ। ଯଦି ଓଇଆରସି କମ୍ପାନିମାନଙ୍କ ଯୁକ୍ତିକୁ ଗ୍ରହଣ କରନ୍ତି ତେବେ ଆସନ୍ତା ଆର୍ଥିକ ବର୍ଷରୁ ବିଜୁଳି ଦର ବଢିବ। ଏନେଇ ଆଜିଠୁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଏନେଇ ଶୁଣାଣି ଚାଲିବ। ଆଜି ଓଏଚପିସିର ଶୁଣାଣି ଜାରି ଥିବା ବେଳେ ଆସନ୍ତା ୧୦ ତାରିଖରେ ସେସୁର ଶୁଣାଣି ରହିଛି। ୪ରେ ଓପିଜିସି, ୫ରେ ଗ୍ରିଡକୋ, ୬ରେ ଓପିଟିସିଏଲ ଓ ଏସଏଲଡିସି, ୭ରେ ନେସ୍କୋ, ୧୨ରେ ୱେସକୋ ଏବଂ ୧୪ରେ ସାଉଥକୋ ଆବେଦନର ଶୁଣାଣି ହେବ।
ବର୍ତ୍ତମାନ ଘରୋଇ ସଂଯୋଗରୁ ଉପଭୋକ୍ତାଙ୍କୁ ୟୁନିଟ ପିଛା ଅଢେଇ ଟଙ୍କା, ବାଣିଜ୍ୟିକ ସଂଯୋଗରୁ ସାଢେ ୪ଟଙ୍କା ଓ ଶିଳ୍ପାନୁଷ୍ଠାନକୁ ୟୁନିଟ ପିଛା ୬ଟଙ୍କା ବିଦ୍ୟୁତ ଦେୟ ଦେବାକୁ ପଡୁଛି। ସେସୁର କହିବା ମୁତାବକ ୧୦୦ ଟଙ୍କାରେ କିଣା ଯାଉଥିବା ବିଜୁଳିରୁ ୭୨ ଟଙ୍କା ଆୟ ହେଉଛି ଓ ସେସୁକୁ ଏନେଇ ୨୮ ଟଙ୍କା କ୍ଷତି ସହିବାକୁ ପଡୁଛି। ଯଦି ବିତରଣ କମ୍ପାନିର କ୍ଷତିକୁ ଚାହିଁ ବିଜୁଳି ଦର ଧାର୍ଯ୍ୟ କରାଯାଏ ତେବେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ବୋଝ ପଡିବ।