Odisha Link
Bridging the Missing Links in Odisha

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି। ସୋନିଆ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗରୁ ଅନେକ ଥର ସୋନିଆଙ୍କୁ ଶ୍ବାସରୋଗ ଯୋଗୁଁ ମେଡିକାଲରେ ଭର୍ତି କରାଯାଇଛି। ସୋନିଆଙ୍କ ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ଜଣାପଡ଼ିନାହିଁ। ରେଗୁଲାର ଚେକ୍ ଅପ୍ ପାଇଁ ତାଙ୍କୁ ଆଜି ମେଡିକାଲରେ ଭର୍ତି କରାଯାଇଥିବା କୁହାଯାଉଛି। ୭୩ ବର୍ଷୀୟା ସୋନିଆ ଗାନ୍ଧୀ ବିଗତ କିଛି ବର୍ଷ ହେଲା ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାରେ ରହିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ବିଗତ ୨ ବର୍ଷ ମଧ୍ୟରେ ସେ ନିର୍ବାଚନୀ ରାଲିକୁ ମଧ୍ୟ ବହୁତ କମ୍‌ ଯୋଗ ଦେଇଛନ୍ତି।

Comments are closed.