Odisha Link
Bridging the Missing Links in Odisha

କରୋନା ଆତଙ୍କ: ୪୨୫ ମୃତ୍ୟୁ, ୨୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ଚୀନ: ଚୀନରେ କାୟା ମେଲାଉଥିବା ‘କରୋନା ଭାଇରସ୍’ରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି। ଗତକାଲି ସୁଦ୍ଧା ‘କରୋନା ଭାଇରସ୍’ରେ ୩୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆକ୍ରାନ୍ତ ହେଲେଣି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଆବଶ୍ୟକ ଥିବା ସର୍ଜିକାଲ ମାସ୍କ ଏବଂ ଆବଶ୍ୟକୀୟ ଚିକିତ୍ସା ଉପକରଣ ମିଳୁନାହିଁ। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲିଟିଛି। ଗତକାଲି କେରଳରେ ତୃତୀୟ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି।ଏବେ ସାରା ବିଶ୍ୱର ୨୫ଟି ଦେଶରେ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି।

୨ ସପ୍ତାହ ମଧ୍ୟରେ ଚୀନ ସରକାର ୨ଟି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିଲେ ମଧ୍ୟ ସବୁ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହେଉନାହିଁ। ତ୍ଵରିତ୍ଵ ବେଗରେ ନିର୍ମାଣ ହୋଇଥିବା ୨ଟି ହସ୍ପିଟାଲରେ ମାତ୍ର ୨୬୦୦ ରୋଗୀଙ୍କୁ ଚିକିତ୍ସା ମିଳୁଛି। ଅନ୍ୟପଟେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Comments are closed.