Odisha Link
Bridging the Missing Links in Odisha

ଟେଷ୍ଟ ଟିମ୍‌ ଘୋଷିତ: ରାହୁଲଙ୍କୁ ମିଳିଲାନି ଜାଗା, ୧୫ ମାସ ପରେ ଦଳକୁ ଫେରିଲେ ପୃଥୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ ପାଇଁ ଟିମ୍‌ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ୧୫ ମାସ ପରେ ଟେଷ୍ଟ ଟିମକୁ ଫେରିଛନ୍ତି ଯୁବ ଖେଳାଳି ପୃଥୀ ସ। ଏଥିସହିତ ଯୁବ ଖେଳାଳି ଶୁଭମନ ଗିଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଟି-୨୦ ଓ ଦିନିକିଆରେ ଦମଦାର ବୋଲିଂ ପ୍ରଦର୍ଶନ କରୁଥିବା ଯୁବ ଦ୍ରୁତ ବୋଲର ନଭଦୀପ ସାଇନି ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

ଅପରପକ୍ଷେ ଦମଦାର ଫର୍ମରେ ଥିବା କେଏଲ ରାହୁଲଙ୍କୁ ଦଳରେ ସ୍ଥାନ ମିଳିବା ନେଇ ସମସ୍ତେ ଆଶାବାଦୀ ଥିଲେ ହେଲେ ରାହୁଲଙ୍କୁ ଦଳରେ ଜାଗା ମିଳିନାହିଁ। ସେହିପରି ଗତକାଲିଠୁ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ରୋହିତଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦିନିକିଆ ଦଳରେ ସାମିଲ କରିଛି ଟିମ୍‌ ଇଣ୍ଡିଆ। ଟେଷ୍ଟ ଦଳରେ ଈଶାନ୍ତ ଶର୍ମା ମଧ୍ୟ ସାମିଲ ହୋଇଛନ୍ତି ଯଦି ସେ ଫିଟ୍‌ ଘୋଷିତ ହେବେ ତେବେ ଖେଳିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥୀ ଶ, ଚେତେଶ୍ବର ପୂଜାରା, ଶୁଭମନ ଗିଲ୍, ହନୁମା ବିହାରୀ, ଋଦ୍ଧିମାନ ଶାହ, ଋଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ବନୀ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ୍‌ ବୁର୍ମା, ଉମେଶ ଯାଦବ, ମହମ୍ମଦ ଶାମି, ନଭଦୀପ ସାଇନି, ଈଶାନ୍ତ ଶର୍ମା।

Comments are closed.