Odisha Link
Bridging the Missing Links in Odisha

ଆମକୁ ଗାଳି ଦିଅ, ପାକିସ୍ତାନୀକୁ ସମ୍ମାନ ଦିଅ : ସ୍ବରା ଭାସ୍କର

ମୁମ୍ବାଇ : ରାଜନୀତିରେ ସିଏ ସିଏର ଝଡ ଥମିବାର ନାଁ ଧରୁନି । ଏହାର ଝଲକ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ୍ ଅଭିନେତ୍ରୀ ସ୍ବରା ଭ‌ାସ୍କର ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବା ନେଇ ବିରୋଧ କରିବା ସହ ପାକିସ୍ତାନୀକୁ ସମ୍ମାନ ଦିଆଯାଉଥିବା କଥା କହିଛନ୍ତି ।

ସରକାରଙ୍କ ଏପରି ନିଷ୍ପତ୍ତିକୁ ନିିନ୍ଦା କରିବା ସହ ସେ କହିଛନ୍ତି, ଏହି ଦେଶରେ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ଓ ବେଆଇନ ଭାବେ ଦେଶକୁ ପଶି ଆସିଥିବା ଲୋକଙ୍କୁ ଚିହ୍ନଟ କରିବାର ଆଇନ ପୂର୍ବରୁ ରହିଛି। ଏହି ଆଇନ ଅନୁଯାୟୀ ସରକାର ଅଦନାନ୍ ସାମିଙ୍କୁ ଭାରତୀୟ ନାଗରିକତା ଦେବା ସହ ଏବେ ପଦ୍ମଶ୍ରୀ ସମ୍ମାନ ମଧ୍ୟ ଦେବାକୁ ଯାଉଛନ୍ତି ।

ସିଏଏକୁ ବି‌ରୋଧ କରୁଥିବାରୁ ସରକାର ଆମକୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଏକ ଅଂଶ ବୋଲି କହିବା ସହ ଆମ ଉପରେ ଲାଠିମାଡ଼ କରିବା ଏବଂ ଆମକୁ ଗାଳି ଦେବା ଭଳି କାମ କରୁଛନ୍ତି । କିନ୍ତୁ ଜଣେ ପାକିସ୍ତାନୀକୁ ପଦ୍ମଶ୍ରୀ ଭଳି ସମ୍ମାନ ଦିଆଯାଉଛି । ଏଠାରେ ଭାରତୀୟଙ୍କୁ ଅସମ୍ମାନ କରାଯାଇ ଜଣେ ପାକିସ୍ତାନୀକୁ ସମ୍ମ‌ାନ ଦିଆଯାଉଛି। ଇନ୍ଦୋରରେ ଏକ ରାଲିରେ ଯୋଗ ଦେଇ ଏଭଳି ବୟାନ ଦେଇଛନ୍ତି ସ୍ବରା ଭାସ୍କର।

Comments are closed.