ପଟ୍ଟଚିତ୍ର ଶିଳ୍ପୀଙ୍କୁ ଗୁରୁତ୍ୱ ଦେଇ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶାର ପଟ୍ଟଚିତ୍ର ପରମ୍ପରା ବିଶାଳ ଏବଂ ଏହା ସମଗ୍ର ବିଶ୍ୱରେ ଓଡ଼ିଆ ଜାତିର ଗୌରବକୁ ପ୍ରତି ପାଦିତ କରିଥିବାବେଳେ ପଟ୍ଟଚିତ୍ର ଶିଳ୍ପୀମାନଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ତାଲିମ କାର୍ଯ୍ୟକ୍ରମକୁ ସଶକ୍ତ କରାଯିବ ବୋଲି ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ମହତାବ ରୋଡ୍ରେ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତିତ ଅଭିନବ ଯୋଜନା ‘ଗୁରୁଶିଷ୍ୟ ପରମ୍ପରା’ କ୍ରମରେ ଏକ ଛଅ ମାସିଆ ପଟ୍ଟଚିତ୍ର ଶିଳ୍ପୀ ତାଲିମ ଶିବିର ଉଦ୍ଘାଟନ କରି ନିର୍ଦ୍ଦେଶକ ଦାସ ଏହି ମର୍ମରେ ମଠ ଓ ମନ୍ଦିର ଗାତ୍ରରେ ଶୋଭିତ ଚିତ୍ରକଳା ଢାଞ୍ଚାର ପ୍ରଶଂସା କରିବା ସହିତ ପଟ୍ଟଚିତ୍ର ଶିଳ୍ପୀମାନଙ୍କୁ ସମାଜର ନିଆରା ମଣିଷ ବୋଲି ବର୍ଣ୍ଣନା କରିଥିଲେ ।
ଏ ପରି ଶିବିର ଆୟୋଜନ ଶିଳ୍ପୀମାନଙ୍କୁ ଦକ୍ଷ, ସ୍ୱାବଲମ୍ବୀ ଓ ଅଧିକ ଉଚ୍ଚାଭିଳାଷୀ କରାଇବାରେ ସଫଳ ହେବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାଲିମ ଶିବିରରେ ୧୫ ଜଣ ପଟ୍ଟଚିତ୍ର ଶିଳ୍ପୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇଛନ୍ତି । ସେମାନେ ପଟ୍ଟଚିତ୍ର ଅଙ୍କନର କଳା- କାରିଗରୀ, କୌଶଳ ଓ ବୈଷୟିକ ଯଥାର୍ଥତା ଉପରେ ଅଧ୍ୟୟନ କରିବା ସହିତ ପ୍ରତ୍ୟକ୍ଷ ତାଲିମର ସୁଯୋଗ ପାଇବେ ।
ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କ।ର ପ୍ରାପ୍ତ ପଟ୍ଟଚିତ୍ର ଗୁରୁ ଜିତେନ୍ଦ୍ର ପରିଡାଙ୍କ ତତ୍ତ୍ୱାବ ଧାନରେ ଆରମ୍ଭ ହୋଇଥିବା ଏହି ତାଲିମ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କ।ର ପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଅନୀଲ ମହାରଣାଙ୍କ ସମେତ ଭୁବନେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅଭୟ ନାୟକ, ଅତିରିକ୍ତ ପରିଚାଳକ ସୁନୀଲ ପଟ୍ଟନାୟକ ଓ ଶିଳ୍ପ ସଂପ୍ରସାରଣ ଅଧିକାରୀ ବନ୍ଦନା ପରିଡ଼ା ଉପସ୍ଥିତ ଥିଲେ । ଏହି ତାଲିମ ଶିବିରର ସମୁଦାୟ ପରିଚାଳନା ଦାୟିତ୍ୱ ଖୋର୍ଦ୍ଧା ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ପ୍ରଦାନ କରାଯାଇଛି ।
Comments are closed.