ବାଚସ୍ପତି ଚିରିଦେଲେ ଟ୍ରମ୍ପଙ୍କ ଅଭିଭାଷଣ କାଗଜ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଲେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି। ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନଥିଲେ। ପରେ ବାଚସ୍ପତିଙ୍କୁ ଗଣମାଧ୍ୟମ ପ୍ରତିନିଧି କାଗଜ ଚିରିବା ନେଇ ପ୍ରତିକ୍ରିୟା ମାଗିଥିଲେ। ବାଚସ୍ପତି କହିଥିଲେ, ‘ଟ୍ରମ୍ପଙ୍କ ଅଭିଭାଷଣ ସବୁଠାରୁ ଖରାପ ଥିଲା। ତାହାର ପ୍ରତିକ୍ରିୟା ଦେବାକୁ ଏହା ହିଁ ଉଚିତ ବିକଳ୍ପ ଥିଲା।’
ହ୍ୱାଇଟ୍ ହାଉସ ମଧ୍ୟ ନାନ୍ସିଙ୍କ କାଗଜ ଚିରାକୁ ନେଇ ପ୍ରତିକ୍ରିୟା ରଖିଛି। ଏହା ତାଙ୍କର କ୍ଷମତା ପରିସରଭୁକ୍ତ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ସୂୂଚନାଥାଉକି, ଟ୍ରମ୍ପ ସଂସଦକୁ ନିଜ କାର୍ଯ୍ୟକାଳ ବାବଦରେ ଉଦବୋଧନ ଦେଇ ତାଳି ମାରୁଥିବାବେଳେ ପଛରେ ବାଚସ୍ପତି ଆସନରେ ବସିଥିବା ନାନ୍ସି ପେଲୋସି ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ।