Odisha Link
Bridging the Missing Links in Odisha

ରେଲେଓ୍ୱ ଗୃହ କମିଟିଙ୍କ ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ରେଲେଓ୍ୱ ଗୃହ କମିଟିଙ୍କ ପ୍ରଥମ ବୈଠକ ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ରେଳ ସଂପ୍ରସାରଣ ଓ ଉନ୍ନତିକରଣ ଉପରେ ଏକ ସ୍ମାରକ ପତ୍ର (ମେମୋରାଣ୍ଡମ୍‌) କେନ୍ଦ୍ର ରେଳ ମନ୍ତ୍ରୀଙ୍କ ପ୍ରଦାନ କରିବାକୁ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ବାଚସ୍ପତି ଡ. ପାତ୍ରଙ୍କ ନେତୃତ୍ୱରେ ଏହି କମିଟିର ସଦସ୍ୟମାନେ ଆସନ୍ତାକାଲି ସନ୍ଧ୍ୟା ୭ଟା ସମୟରେ ଦିଲ୍ଲୀସ୍ଥିତ ରେଳଭବନଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରି ଏହି ମେମୋରାଣ୍ଡମ୍‌ ପ୍ରଦାନ କରିବେ ।

ଚାଲୁ ରହିଥିବା ଏବଂ ନୂତନ ପ୍ରକଳ୍ପ ଯଥା- ରେଳ ପଥ, ରେଳ ପୋଲ, ରେଳ ଓ୍ୱାଗନ୍‌ ଓ ଇଂଜିନ୍‌ ତିଆରି କାରଖାନା ଆଦି ନିର୍ମାଣର ଅଗ୍ରଗତି ଓ ରେଳ ମନ୍ତ୍ରାଳୟର ଅନୁଦାନ ସଂ ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଉ ପବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭବେହେରା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ପ୍ରଦିପ କୁମାର ଅମାତ, ଦେବୀ ପ୍ରସାଦ ମିଶ୍ର, ଶଶିଭୂଷଣ ବେହେରା, ବଦି୍ରନାରାୟଣ ପାତ୍ର, ଅମର ପ୍ରସାଦ ଶତପଥୀ, ଭୂପୀନ୍ଦର ସିଂହ, ପ୍ରତାପ କେଶରୀ ଦେବ, ପ୍ରଣବ କୁମାର ବଳବନ୍ତରାୟ, ଅନନ୍ତ ଦାସ, ତାରା ପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ସୌମ୍ୟରଞ୍ଜନ ପଟ୍ଟନାୟକ, ଶଙ୍କର ଓରାମ୍‌, ମକରନ୍ଦ ମୁଦୁଲିଙ୍କ ସମେତ ରେଳ କୋଅର୍ଡିନେସନ୍‌ର କମିଶନର ତଥା ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖଉପସ୍ଥିତ ଥିଲେ ।

Comments are closed.