Odisha Link
Bridging the Missing Links in Odisha

କାଠ ଟ୍ରକରୁ ୧.୫ କୋଟି ଟଙ୍କାର ଗଞ୍ଜେଇ ଜବତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ବାଣିଗୋଛା ଠାରେ କାଠ ଟ୍ରକରୁ ୧.୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଉପରେ କାଠ ତଳେ ଗଞ୍ଜେଇ । ଟ୍ରକରେ ଏମିତି ଚୋରା ଚାଲାଣ ହେଉଥିବା ସମୟରେ କାଠ ବୋଝେଇ ଟ୍ରକରୁ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇଛି ।

କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ଟିମ ପ୍ରାୟ ଦେଢ଼ କୋଟି ଟଙ୍କାର ଏହି ଗଞ୍ଜେଇ ବସ୍ତା ସବୁକୁ ଜବତ କରିଛି । ପୂର୍ବ ସୂଚନା ପାଇ ଏହି ଚଢ଼ାଉ କରାଯାଇଥିଲା । ବିଳମ୍ବିତ ରାତିରେ ବାଣିଗୋଚ୍ଛା ନିକଟରୁ ଏହି ଟ୍ରକକୁ ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି ।

Comments are closed.