Odisha Link
Bridging the Missing Links in Odisha

କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ; ଏଯାଏଁ ଅନ୍ନାଙ୍କୁ ନିମନ୍ତ୍ରଣ କରାଯାଇନି

ପୁନେ: ଆସନ୍ତା କାଲି କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବ। ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ ନେତା ଅରବିନ୍ଦ। କିନ୍ତୁ ଏପର୍ଯ୍ୟନ୍ତ କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବକୁ ଅନ୍ନାଙ୍କୁ ନିମନ୍ତ୍ରଣ କରାଯାଇନାହିଁ।ଅନ୍ନାଙ୍କ ଜଣେ ଘନିଷ୍ଠ କହିଛନ୍ତି ଯେ, କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ଏଯାଏଁ ଅନ୍ନାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏନେଇ କେଜ୍ରିୱାଲ୍‌ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

କେଜ୍ରିୱାଲ୍‌ଙ୍କ ପ୍ରଥମ ପାଳିର ଶପଥ ଗ୍ରହଣ ଉତ୍ସବକୁ ଅନ୍ନାଙ୍କୁ ନିମନ୍ତ୍ରଣ କରାଯାଇଥିଲା ହେଲେ ଅନ୍ନା ସ୍ୱାସ୍ଥ୍ୟଜନିତ ସମସ୍ୟା ରହିଛି କହି ଆସି ନଥିଲେ କେବଳ ତାଙ୍କ ଶୁଭକାମନା ପଠାଇ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହା ପରେ ମଧ୍ୟ ବହୁ ଥର କେଜ୍ରିୱାଲ୍ ଅନ୍ନାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଅନ୍ନା କେବେ ଫୋନ୍ ଉଠାଇ ନାହାନ୍ତି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଅନ୍ନା ହଜାରେ କେବଳ ହସି ଦେଇଥିଲେ। ସେ ଏ ବାବଦରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଗତକାଲି ରାମଲୀଳା ମୌଦାନ କରେ କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Comments are closed.