Odisha Link
Bridging the Missing Links in Odisha

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବା ପ୍ରସଙ୍ଗରେ ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପ୍ରତିଫଳିତ :ବିଜେପି

ଭୁୁବନେଶ୍ୱର : ଆଜି ବିଧାନଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାରଙ୍କର ଅପାରଗତା ପ୍ରତିଫଳିତ ହୋଇଛି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥିକ ବର୍ଷରେ କମିଛି । ୨୦୧୮-୧୯ରେ ଅଭିବୃଦ୍ଧି ହାର ୭.୯୦ % ଥିଲା ବେଳେ ୨୦୧୯-୨୦ରେ ଅଭିବୃଦ୍ଧି ହାର କମି ୬.୧୬% କୁ ଆସିଯାଇଛି ।

୨୦୧୫-୧୬ରେ ଅଭିବୃଦ୍ଧି ହାର ୭.୯୪% ଥିବା ବେଳେ ୨୦୧୬-୧୭ରେ ଏହା କମି ୭.୧୪%କୁ ଆସିଥିଲା । ଓଡିଶାର ଅଭିବୃଦ୍ଧି ହାର କ୍ରମାଗତ ଭାବେ କମିବାରେ ଲାଗିଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି । ମହାନ୍ତି କହିଛନ୍ତି ଯେ ସେବା କ୍ଷେତ୍ରର ଅର୍ଥନୀତି କମିଛି ।

୨୦୧୮-୧୯ରେ ଏହା ୪୫.୨୫% ଥିବା ବେଳେ ଚଳିତ ବର୍ଷ ଏହା ୪୦.୫୧% କୁ ଖସିଆସିଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ଚଳିତ ବର୍ଷ ମାତ୍ର ୧୯.୯୦% ଅଛି । ରାଜ୍ୟର ୬୨% ଲୋକ ସିଧାସଳଖ ଭାବେ ଚାଷୀ ହୋଇଥିବା ବେଳେ ରାଜ୍ୟର ଅର୍ଥନୀତିକୁ ମାତ୍ର ୧୯.୯୦% ଅବଦାନ ପୁଣି ଥରେ ଚାଷିର ଦୁର୍ବଳ ଆର୍ଥନୈତିକ ସ୍ଥିତିକୁ ଦର୍ଶାଇଛି । ରାଜ୍ୟରେ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪ ହଜାର ୬୭୬ କୋଟି ଟଙ୍କା ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧ ଲକ୍ଷ ୬ ହଜାର ୫୨୬ କୋଟି ହେବ ବୋଲି ଆକଳନ କରାଯାଉଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟରେ ଜନ୍ମିତ ଶିଶୁର ମୁଣ୍ଡ ଉପରେ ମୁଣ୍ଡପିଛା ଋଣଭାର ହେବ ୧୮ ହଜାର ୪୯୭ ଟଙ୍କା ଅଟେ ।‌‌ ‌‌ଋଣ ଭାରରେ ଓଡିଶା ବୁଡୁଛି ବୋଲି ମହାନ୍ତି କହିଛନ୍ତି ।

ମହାନ୍ତି କହିଛନ୍ତି ଯେ ମୁଣ୍ଡପିଛା ଆୟ ଯଦିଓ ଓଡିଶାରେ ଏହା ଗତ ବର୍ଷ ଅପେକ୍ଷା ବଢିଛି ତଥାପି ତାହା ଆଜି ବି ଜାତୀୟ ହାର ଓ ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା କମ୍ ଅଛି । ଓଡିଶାରେ ୨୦୧୯-୨୦ରେ ମୁଣ୍ଡପିଛା ଆୟ ୧,୦୧,୫୮୭ ଟଙ୍କା ଥିବାବେଳେ ପଡୋଶି ଆନ୍ଧ୍ର ପ୍ରଦେଶରେ ୧ ଲକ୍ଷ ୬୪ ହଜାର, ହରିୟାନାରେ ୨ ଲକ୍ଷ ୨୬ ହଜାର, କର୍ଣ୍ଣାଟକରେ ୧ ଲକ୍ଷ ୧୦ ହଜାର ଟଙ୍କା ଅଛି ।

ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୧ ଲକ୍ଷ ୨୬ ହଜାର ୪୦୬ ଟଙ୍କା ଅଛି । ରାଜ୍ୟ ସରକାର ଗରିବ ଦୁରିକରଣ କରିଛନ୍ତି ବୋଲି ରାସ୍ତାଘାଟରେ ହୋର୍ଡିଙ୍ଗ ମାରୁଥିବାବେଳେ ଏହା କେବଳ ଆତ୍ମପ୍ରଚାର ଛଡା କିଛି ନୁହେଁ ବୋଲି ପ୍ରମାଣିତ ହୋଇଛି ।

Comments are closed.