ନମସ୍ତେ ଟ୍ରମ୍ପ୍ କହି ସ୍ବାଗତ ଭାଷଣ ଆରମ୍ଭ କଲେ ମୋଦି

ଗୁଜୁରାଟ: ଅହମଦାବାଦ୍ର ମୋଟେରା ଷ୍ଟାଡିୟମ୍ରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ଏବଂ ନରେନ୍ଦ୍ର ମୋଦି। ‘ମୋଟେରା ଷ୍ଟାଡିଅମ୍‘ରେ ଟ୍ରମ୍ପ୍ଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଷ୍ଟାଡିୟମ୍ରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବାକ୍ଷଣି ସମବେତ ଜନତା ଟ୍ରମ୍ପ୍ ଓ ମୋଦୀଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ସହ ମେଲାନିଆ ମଧ୍ୟ ମଞ୍ଚ ଉପରକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରି ସ୍ବାଗତ ଭାଷଣ ଦେଇଛନ୍ତି ମୋଦି। ନମସ୍ତେ ଟ୍ରମ୍ପ୍ କହି ମୋଦି ସ୍ବାଗତ ଭାଷଣ ଆରମ୍ଭ କରିଛନ୍ତି। ମୋଦି କହିଛନ୍ତି ଯେ, ଭାରତ-ଆମେରିକା ଦୋସ୍ତି ଲଙ୍ଗ୍ ଲିଭ୍। ଭାରତ- ଆମେରିକାର ସଂପର୍କ ଏକ ପରିବାର ଭଳି। ପରିବାରକୁ ସାଥିରେ ଧରି ଏତେ ଦୂର ଯାତ୍ରା କରି ସିଧା ପହଞ୍ଚିଥିବାରୁ ଟ୍ରମ୍ପ୍ଙ୍କୁ ସ୍ବାଗତ କରିଛନ୍ତି ମୋଦି।
ମୋଦି ଆହୁରି କହିଛନ୍ତି ଯେ,ଆମ୍ଭମାନଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ୍’ର ଗୂଢ଼ ଅର୍ଥ ରହିଛି। ଏହି ଗସ୍ତ ଆମର ବନ୍ଧତାକୁ ଆହୁରି ଦୃଢ଼ କରିବ। ଇତିହାସ ପୁନଃରାବୃତ୍ତି ହେଉଥିବା ପରି ଆଜି ମୋର ମନେହେଉଛି। ୫ ମାସ ତଳେ ମୁଁ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ଯାଇଥିଲି। ଆଜି ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ଅହମଦାବାଦ ଆସିଛନ୍ତି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ।