Odisha Link
Bridging the Missing Links in Odisha

ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା ଦନ୍ତା

ଭୁବନେଶ୍ବର: ଶେଷେର ଚନ୍ଦକା ଜଙ୍ଗଲକୁ ଫେରିଯାଇଛି ନରହନ୍ତା ଦନ୍ତା। ହେଲେ ଫେରିବା ସମୟରେ ଉତ୍ପାତ ମଚେଇଛି ଦନ୍ତା। ବଣୁଆ ଦନ୍ତା ସାମ୍ନାରେ ଥିବା ପାଚେରୀ କାନ୍ଥକୁ ମଧ୍ୟ ଭାଙ୍ଗି ଦେଇଛି। ପାତ୍ରପଡ଼ାର ଚନ୍ଦକା ଫେରୁଥିବା ସମୟରେ ଦନ୍ତା ସାମ୍ନାରେ ପଡ଼ିଥିଲା କିଛି କାନ୍ଥ ପାଚେରୀ। ଯାହାକୁ ଷୁଣ୍ଢ ମାରି ଭାଙ୍ଗି ଥିଲା ଦନ୍ତା। ଏହାରି ଭିତରେ ହାତୀ , ୪ ଜଣଙ୍କୁ ଦଳି ଜୀବନ ନେଇସାରିଛି।
ଚନ୍ଦକାରେ ରହୁଥିବା ଏହି ଜଙ୍ଗଲି ଅଣ୍ଡିରା ହାତୀର ନାଁ ବାହୁବଳୀ। ବୟସ ୧୫ ରୁ ୨୦ ବର୍ଷ ଭିତରେ। ଯୁବ ବୟସର ଏହି ହାତୀ ବର୍ତ୍ତମାନ ଏଭଳି ଉତ୍ପାତ ହେବା ପଛରେ କାରଣ ବି ରହିଛି। ପ୍ରାଣୀ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ହାତୀ ଦେହରେ ଟେମ୍ପୋରିନ୍ ନାମକ ଏକ ହରମୋନ କ୍ଷରଣ ହେଉଛି। ଏବଂ ହାତୀଟି ବର୍ତମାନ ମସ୍ତ ପର୍ଯ୍ୟାୟରେ ଅଛି । ଯାହା ଫଳରେ ସେ ଉଗ୍ର ହୋଇଉଠିଛି। ଆଉ ଯିଏ ତା ପାଖ ଦେଇ କିମ୍ବା ଆଗରେ ଦୌଡୁଛି, ତାଉପରେ ହାତୀ ଆକ୍ରମଣ କରୁଛି।
ପ୍ରକାଶ ଯେ ଗତବର୍ଷ ମାଘ ସପ୍ତମୀ କୁମ୍ଭମେଳା ପୂର୍ବରୁ ଏହି ଦନ୍ତାଟି ଖଣ୍ଡଗିରି ପାହାଡ଼ ତଳ ଜୟଦେବ ବାଟିକରେ ପଶିଥିଲା। ପୁରା ଦିନଟିଏ ବାଟିକାରେ ରହିବା ପରେ ରାତିରେ କାହାର କିଛି କ୍ଷତି ନକରି ପୁଣି ଜଙ୍ଗଲକୁ ଫେରି ଯାଇଥିଲା। ତେବେ ବାଟିକାରେ ଦିନ ସାରା ରହିବା ଭିତରେ ସେ ପାଚେରି ଭାଙ୍ଗିବା ସହ ଲୋକଙ୍କୁ ମିଛରେ ମାରି ଗୋଡ଼ାଇ ମଜା କରିଥିଲା।

Comments are closed.