Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ

ଭୁବନେଶ୍ବର : ଆଜି ଓଡିଶା ପୋଲିସ ଆନୁକୂଲ୍ୟରେ “ପୋଲିସରେ ମହିଳା” ଶୀର୍ଷକ ଏକ ଦିନିକିଆ ସମ୍ମିଳନୀ କଟକସ୍ଥ ଓ.ଏସ୍.ଏ. ଷଷ୍ଠ ବାଟାଲିୟନ ପରିସର ଠାରେ ଆୟୋଜନ କରାଯାଇଅଛି । ରାଜ୍ୟ ପୋଲିସ ବିଭିିନ୍ନ ବର୍ଗରେ କାର୍ଯ୍ୟ କରୁଥିବା ୧୨୭ ଜଣ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।

ମହିଳାମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବଭିିନ୍ନ ଲିଙ୍ଗଗତ ସମସ୍ୟା, ତାର ସମାଧାନ ଓ ମହିଳା ପୋଲିସଙ୍କ ବିଭିନ୍ନ ସେବା ଓ କଲ୍ୟାଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । ସମ୍ମିଳନୀରେ ବାହାରିଥିବା ନିର୍ଯ୍ୟାଶ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅବଗତ କରାଯିବ ।

ଆଜି ଏହି ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପଦ ଠାରୁ ଆଇ.ଜି ପଦ ପର୍ଯ୍ୟନ୍ତ ୪ ଜଣ ଭାରତୀୟ ପୋଲିସ ସେବା ଅଧିକାରୀ, ଜଣେ ଅରକ୍ଷୀ ଅଧିକ୍ଷକ, ୩ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୧୨ ଜଣ ଡି.ଏସ୍.ପି ୧୨ ଜଣ ଭାରପ୍ରାପ୍ତ ଡି.ଏସ୍.ପି, ୨୯ ଜଣ ଇନିସପେକ୍ଟର , ୧୭ ଜଣ ସବ୍-ଇନିସପେକ୍ଟର, ୮ ଜଣ ଏ.ଏସ୍.ଆଇ, ୨ ଜଣ ହାବିଲଦାର, ୩ ଜଣ ଲାନ୍ସ ନାଏକ ଏବଂ ୪୮ ଜଣ କନେଷ୍ଟବଳ ଅଂଶ ଗ୍ରହଣ କରିଥିଲେ ।

ସମ୍ମିଳନୀରେ ପ୍ରତିନିଧି ମାନେ ୪ ଟି ସିଣ୍ଡିକେଟ ଦଳରେ ବିଭକ୍ତ ହୋଇ ନିମ୍ମଲିଖିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

(୧) ମହିଳା ପୋଲିସଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ପ୍ରୋତ୍ସାହନ ବାଧକ । ଏହି ଅଧିବେଶନଟି ପଶ୍ଚିମାଞ୍ଚଳ ପୋଲିସ ରେଂଜେର ଡି.ଆଇ.ଜି କବିତା ଜଲାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ।
(୨) କର୍ମକ୍ଷେତ୍ରରେ ଯୌନ ଉତପୀଡନ – ସମସ୍ୟା ମାତ୍ରା ଏବଂ ଉପଶମ ଉପାୟ । ଏହି ଅଧିବେଶନଟି ସୁନ୍ଦରଗଡ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।
୩) ଲିଙ୍ଗଗତ ଇନ ସେନ୍ ସିଟିଭିଟି ଏବଂ ପୋଶାକ ଓ ସରଞ୍ଜାମ ପ୍ରସଙ୍ଗ। ଏହି ଅଧିବେଶନ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ଦ୍ୱାରା ପରିଚାଳିତ ପହାଇଥିଲା ।
୪) ପୋଲିସରେ ମହିଳା କ୍ରୀଡାବିତଙ୍କ ପ୍ରସଙ୍ଗ । ଏହି ଅଧିବେଶନ ଭିଜିଲାନ୍ସ ଏସ୍.ପି ଅଶ୍ୱିନୀ କୁମାରୀ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

ସମ୍ମିଳନୀର ଅନ୍ତିମ ପର୍ଯ୍ୟାରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ଉଦବୋଧନ ଦେଇଥିଲେ ।  ଏହି ଅଧିବେଶନ ରାଜ୍ୟ ପୋଲିସର ବହୁବରିଷ୍ଠ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଅଭୟ ତାଙ୍କ ବକ୍ତବ୍ୟରେ ମହିଳା ପୋଲିସ ମାନେ କର୍ମକ୍ଷେତ୍ରରେ ସମ୍ମୁଖିନ ହେଉଥିବା ସମସ୍ୟା ସମାଧାନ ଏବଂ ସେମାନଙ୍କ କାର୍ଯ୍ୟ ପରିବେଶ ଉନ୍ନତି ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସମ୍ମିଳନୀରେ ବାହାରିଥିବା ବିଭିନ୍ନ ନିର୍ଯ୍ୟାଶ ଉପରେ ସହୃଦୟତାର ସହ ବିଚାର କରାଯିବ ବୋଲିମଧ୍ୟ ସେ ସମ୍ମତି ପ୍ରକାଶ କରିଥିଲେ।

Comments are closed.