Odisha Link
Bridging the Missing Links in Odisha

କରୋନା ପାଇଁ ଭାରତ-ବାଂଲାଦେଶ ଟ୍ରେନ ସେବା ବାତିଲ୍

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ନଜରରେ ରଖି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍ ସେବାକୁ ବାତିଲ କରାଯାଇଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲୁଥିବା ମୈତ୍ରୀ ଏକ୍ସପ୍ରେସ୍‌କୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ମୈତ୍ରୀ ଏକ୍ସପ୍ରେସ୍ କୋଲକାତାରୁ ବାଂଲାଦେଶ ରାଜଧାନୀ ଢାକାକୁ ଯାଇଥାଏ। ଭାରତ ପରି ବାଂଲାଦେଶରେ ମଧ୍ୟ କରୋନା ଏହାର କାୟା ବିସ୍ତାର କରି ଚାଲିଛି ତେଣୁ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଭାରତ-ବାଂଲାଦେଶ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି।

କେବଳ ଟ୍ରେନ୍ ନୁହଁ କରୋନା ସ୍ଥିତିକୁ ନଜରରେ ରଖି ବିଦେଶକୁ କିଛି ବିମାନ ସେବା ମଧ୍ୟ ବାତିଲ କରାଯାଇଛି। ଏୟାର ଇଣ୍ଡିଆ କୁଏତ ଓ ଇଟାଲିକୁ ବିମାନ ଚଳାଚଳ ବାତିଲ୍ କରିଛି। ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ ଓ ଶ୍ରୀଲଙ୍କାକୁ ଏପ୍ରିଲ ୩୦ ଯାଏଁ ବିମାନ ଚଳାଚଳକୁ ବନ୍ଦ ଘୋଷଣା କରିଛି ଏୟାର ଇଣ୍ଡିଆ। ଭାରତକୁ ସମୁଦାୟ ୧୬ ଟି ବିଦେଶୀ ଏୟାରଲାଇନ୍ସ ଏବଂ ୪୯୨ ଟି ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି।

Comments are closed.