Odisha Link
Bridging the Missing Links in Odisha

କରୋନା ବିଜ୍ଞାପନରେ ଓଡ଼ିଆ ଭାଷାକୁ ଅଣଦେଖା

ଭୁବନେଶ୍ବର: କରୋନା ଏବେ ବିଶ୍ବବ୍ୟାପୀ ଭୟଙ୍କର ମହାମାରୀରେ ପରିଣତ ହୋଇଥିବା ବେଳେ ଏ ନେଇ ସଚେତନତା ସୃଷ୍ଟିଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହାତମିଳାଇବା ବଦଳରେ ନମସ୍କାର କରିବା ନେଇ ବିଶ୍ବବ୍ୟାପୀ ସଚେତନତା ସୃଷ୍ଟି ହୋଇଛି। ଏପରିକି ବହୁ ବଡ଼ ବଡ଼ ରାଷ୍ଟ୍ରନେତା ବି ଏବେ ନମସ୍କାରକୁ ସ୍ବାଗତର ମାଧ୍ୟମ ଭାବେ ଆଫଣେଇଲେଣି।

ତେବେ କେନ୍ଦ୍ର ଇଲକଟ୍ରନିକ୍ସ ଓ ଇନଫରମେସନ୍‌ ଟେକନଲୋଜି ମନ୍ତ୍ରାଳୟ ପକ୍ଷରୁ ନିକଟରେ ଜାରି ଏକ ବିଜ୍ଞାପନ ପୋଷ୍ଟରକୁ ନେଇ ଓଡ଼ିଶାରେ ଅସନ୍ତୋଷ ଦାନା ବାନ୍ଧିଛି। ଏଥିରେ ଦେଶର ପ୍ରାୟ ସବୁ ଭାଷାରେ ନମସ୍କାର ଲେଖାଯାଇଥିବା ବେଳେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଇଛି। ଏ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଜେଡିର ଯୁବନେତା ତଥା ଓଡ଼ିଶା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଏ ନେଇ ଟ୍ବିଟରରରେ ସଂପୃକ୍ତ ମନ୍ତ୍ରାଳୟ, ମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦେଶର ୬ଟି ଶାସ୍ତ୍ରୀୟ ଭାଷାରୁ ଗୋଟିଏ ତଥା ୪.୫ କୋଟି ଲୋକଙ୍କର ଭାଷା ଓଡ଼ିଆକୁ ଅଣଦେଖା କରାଯାଇଛି ବୋଲି ଶ୍ରୀ ପରିଡ଼ା ଲେଖିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏ ପୋଷ୍ଟରଟି ପ୍ରତ୍ୟାହାର କରି ଓଡ଼ିଆ ‘ନମସ୍କାର’ ସହ ପୁଣି ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Comments are closed.