Odisha Link
Bridging the Missing Links in Odisha

କରୋନା: ପ୍ରଥମ ରାଜ୍ୟ ଭାବେ ସାରା ରାଜ୍ୟରେ ଲକଡାଉନ ଘୋଷଣା କଲା ରାଜସ୍ଥାନ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସାରା ଦେଶବାସୀ ଏଥିରେ ସାମିଲ ହୋଇଛନ୍ତି।  ମୁକାବିଲା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସାରା ରାଜ୍ୟରେ ଲକ ଡାଉନ ବା ତାଲାବନ୍ଦ ଘାଷଣା କରିଛି। ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ନେଇ ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ସମଗ୍ର ରାଜ୍ୟବ୍ୟାପୀ ତାଲାବନ୍ଦ ଘୋଷଣା କରିବାରେ ରାଜସ୍ଥାନ ଦେଶରେ ପ୍ରଥମ।

ଏହି ଲକଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ମଲ, ଫ୍ୟାକ୍ଟ୍ରି ଓ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ। ଏଥିସହ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ରାଜ୍ୟବାସୀଙ୍କୁ ଅପିଲ କରି କହିଛନ୍ତି, ସରକାର ଜାରି କରିଥିବା ଆଡଭାଇଜରିକୁ ପାଳନ କରନ୍ତୁ, ଜରୁରୀ ନହେଲେ ଘରୁ ବାହାରନ୍ତୁ ନାହିଁ ।

ଅପରପକ୍ଷେ କରୋନା ଭାଇରସକୁ ରୋକିବାକୁ ଦେଶର ୪ଟି ରାଜ୍ୟ ନିଜ ସୀମାକୁ ସିଲ କରିଦେଇଛନ୍ତି। ମହାରାଷ୍ଟ୍ର, ଗୋଆ, ବିହାର ଓ ପଶ୍ଚିମବଙ୍ଗ ନିଜ ରାଜ୍ୟର ସୀମାକୁ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ ଯାଏଁ ସିଲ କରିଦେଇଛନ୍ତି । ସେହିପରି ମିଜୋରାମ ଅନ୍ୟରାଜ୍ୟର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି। ମହାରାଷ୍ଟ୍ର ସରକାର ଅନ୍ୟ ରାଜ୍ୟକୁ ଯାଇଥିବା ଏମଏସଆରଟିସି ବସ ଓ ଟୁରିଷ୍ଟ ବସର ଯିବା ଆସିବା ଉପରେ ରୋକ ଲଗାଇଛନ୍ତି । ସେପଟେ ଶନିବାର ମଧ୍ୟ ରାତିରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସୀମାକୁ ସିଲ କରିଛି। ସମସ୍ତ ଯାତ୍ରୀବାହି ଯାନର ପ୍ରବେଶ ଉପରେ କଟକଣା ଜାରି ହୋଇଥିବା ବେଳେ କେବଳ ଗୋଆ ବାସିନ୍ଦାଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ଦିଆଯାଉଛି। ସେହିପରି ପଶ୍ଚିମବଙ୍ଗ ମଧ୍ୟ ଅନ୍ୟ ରାଜ୍ୟରୁ ଆସୁଥିବା କୌଣସି ଯାନବାହନକୁ ରାଜ୍ୟ ଭିତରେ ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ନପୁରାଇ ଦେବାକୁ ନିଷ୍ପତି ନେଇଛି।

Comments are closed.