Odisha Link
Bridging the Missing Links in Odisha

କରୋନା : ଦୁବାଇରେ ଫସିଲେ ସୋନୁ

ମୁମ୍ବାଇ:  କରୋନା ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହେଉଛି । ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ସେ ନିଜକୁ ତଥା ନିଜ ପରିବାରକୁ ସେଲ୍ଫ ଆଇସୋଲେଶନରେ ରଖିଛନ୍ତି । କେବଳ ଏତିକି ନୁହେଁ ରବିବାର ଜନତା କର୍ଫ୍ୟୁରେ ସମସ୍ତେ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ ମଧ୍ୟ କରିଛନ୍ତି।

https://www.instagram.com/tv/B96nY2-BDiD/

ଏନେଇ ସୋନୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସେଲଫି ଭିଡିଓ ଶେୟାର କରି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି।

Comments are closed.