Odisha Link
Bridging the Missing Links in Odisha

କରୋନା: ଲକ ଡାଉନ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍, କହିଲେ..

ନଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା ଭୂତାଣୁ। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୭କୁ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବାକୁ ଯାଇ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟର ଅଞ୍ଚଳରେ ଳକ ଡାଉନ ଘୋଷଣା କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ସଚେତନତା ବାର୍ତ୍ତା ଦେବା ସହ ନିବେଦନ କରିଛନ୍ତି।

ଏହି ଲକ୍ ଡାଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଛନ୍ତି। ଲକ ଡାଉନକୁ ଏବେ ବି କିଛି ଲୋକ ଗମ୍ଭୀରତାର ସହ ନେଉ ନାହାନ୍ତି। ଦିୟାକରି ନିଜକୁ ଆଉ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ଲକ୍ ଡାଉନକୁ ନେଇ ହୋଇଥିବା ଗାଇଡ଼ଲାଇନକୁ ମାନନ୍ତୁ। ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ କି କହିଛନ୍ତି ନିୟମ ଓ ଆଇନକୁ ପାଳନ କରନ୍ତୁ। ଏଭଳି ଭାବେ କିଛି ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ।

Comments are closed.