Odisha Link
Bridging the Missing Links in Odisha

କରୋନା: ସେୟାର ବଜାରରେ ବଡ଼ ହ୍ରାସ, ଘଣ୍ଟାଏରେ ନିବେଶକ ହରାଇଲେ..

ମୁମ୍ବାଇ: ଭାରତରେ କାୟ ମେଲାଉଛି କରୋନା ଭୂତାଣୁ। ସେହିପରି ସେୟାରବଜାର ଉପରେ ମଧ୍ୟ କରୋନାର ପ୍ରଭାବ ଜାରି ରହିଛି। ଆଜି କାରବାରର ପ୍ରଥମ ଦିନରେ ସେନସେକ୍ସରେ ବଡ ହ୍ରାସ ଦେଖାଦେଇଛି । ବିଏସଇ ସେନସେକ୍ସ ୨୩ ଶହ ୭ ପଏଣ୍ଟ ହ୍ରାସ ପାଇ ୨୭ ହଜାର ୬୦୮ରେ ଖୋଲିଥିଲା। ଆଜି କାରବାରର ପ୍ରଥମ ଏକ ଘଣ୍ଟାରେ ନିବେଶକ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେହିଭଳି ନିଫଟି ବି ୮ ଶହ ପଏଣ୍ଟ କମି ୭ ହଜାର ୯ ଶହ ୪୫ରେ ଖୋଲିଥିଲା।

ଶୁକ୍ରବାରଦିନ ବି ସେୟାର ମାର୍କେଟରେ ଉତଥାନ-ପତନ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ କାରବାର ବୃଦ୍ଧି ପାଇଥିଲା। ଚଳିତ ସପ୍ତାହ ସେୟାର ବଜାର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣରୁ ଅନେକ ସହରରେ ଲକ ଡାଉନ ସ୍ଥିତି ରହିଛି। ଅନେକ ନିବେଶକ ଘରେ ରହି କାରବାର କରୁଛନ୍ତି।

Comments are closed.