Odisha Link
Bridging the Missing Links in Odisha

ଟିଭି ଦର୍ଶକଙ୍କ ପାଇଁ ଖୁସି ଖବର, ପରଦାକୁ ଫେରିଲା ରାମାନନ୍ଦ ସାଗରଙ୍କ ‘ରାମାୟଣ’

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ମେଲାଉଛି। ଏପର୍ଯ୍ୟନ୍ତ କରୋନା ଯୋଗୁଁ ଭାରତରେ ୧୭ଜଣଙ୍କ ମୃତ୍ୟୁ ହେଲାଣି। ଏହି ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି। ଏହି ଲକ ଡାଉନ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ନିର୍ଦ୍ଦେଶ ପାଳନ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ଫଳରେ ଘରେ ଖାଲିରେ ବସି ରହିବା ଲୋକଙ୍କ ମାନସିକ ଚାପର କାରଣ ହୋଇପାରେ। ଏଣୁ କେତେଜଣ ଦର୍ଶକ ଟ୍ୱିଟରରେ ଏଭଳି ସମୟରେ ଟିଭିରେ ପୁଣି ‘ରାମାୟଣ’ ଓ ‘ମହାଭାରତ’ ଦେଖିବାକୁ ଡିମାଣ୍ଡ କରିଥିଲେ। ଏନେଇ ପ୍ରସାର ଭାରତୀର ସିଇଓ ଶଶି ଶେଖର ଟିଭିରେ ଧାରାବାହିକକୁ ପୁନଃପ୍ରସାରଣ କରିବାକୁ ଆଲୋଚନା ଚାଲିଥିବା କହିଥିଲେ।

ତେବେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଟିଭି ଦର୍ଶକମାନଙ୍କୁ ଖୁସି କରିଦେଇଛନ୍ତି। ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୨୮ରୁ ‘ଡିଡି ନ୍ୟାଶନାଲ’ ଚ୍ୟାନେଲରେ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’କୁ ପୁନଃପ୍ରସାରଣ କରାଯିବ। ଏହି କ୍ରମରେ ‘ରାମାୟଣ’ର ଗୋଟିଏ ଏପିସୋଡ୍ ସକାଳ ୯ଟାରୁ ୧୦ ଯାଏଁ ଏବଂ ଆଉ ଏକ ଏପିସୋଡ୍ ସନ୍ଧ୍ୟା ୯ଟାରୁ ୧୦ଟା ଯାଏ ପୁନଃପ୍ରସାରିତ ହେବ।

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସୋଶିଆଲ ମିଡିଆ ବ୍ୟବହାରକାରୀ ମାନେ ପ୍ରଶଂସା କରିଛନ୍ତି।

ଆଜି କରୋନା ଭୂତାଣୁ ପାଇଁ ସାରା ଭାରତ ଲକ୍‌ଡାଉନ୍। କିନ୍ତୁ ଦିନ ଥିଲା ବିନା ଘୋଷଣାରେ, କି ବିନା ନିର୍ଦ୍ଦେଶରେ ସାରା ଦେଶରେ ଲକ୍‌ଡାଉନ୍ ପରିସ୍ଥିତି ସୃଷ୍ଟି ହେଉଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି, ହେଲେ ସେତେବେଳେ କୌଣସି ଚାପ ବିନା ଖୁସିରେ ଖୁସିରେ ଲୋକେ ଘରେ ରହୁଥିଲେ। ଆଉ ଏଭଳି ଅସମ୍ଭବକୁ ସମ୍ଭବ କରିପାରିଥିଲା ଟିଭି ଦୁନିଆରେ ଐତିହାସିକ ସଫଳତା ହାସଲ କରିଥିବା ଦୁଇଟି ପୌରାଣିକ ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’।

Comments are closed.