Odisha Link
Bridging the Missing Links in Odisha

RBIର ବଡ଼ ଘୋଷଣା: ରେପୋ ରେଟ ହ୍ରାସ, ଶସ୍ତା ହେବ ଲୋନ୍

ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ ସାରା ବିଶ୍ବରେ କାୟା ମେଲାଇଛି। ଏପରିକି ଏହି ମହାମାରୀ ଯୋଗୁଁ ସାରା ବିଶ୍ବର ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଯାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିିବ। ଏହାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ ହ୍ରାସ କରିଛି ଆରବିଆଇ। ଏନେଇ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଘୋଷଣା କରିଛନ୍ତି। ରେପୋ ରେଟରେ ୭୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇ ପ୍ରତିଶତ ହ୍ରାସ କରାଯାଇଛି। ଏହି ହ୍ରାସ ପରେ ନୂଆ ରେପୋ ରେଟ୍ ୫. ୧୫%ରୁ ଖସି ୪.୪ ରହିଛି।

ସେହିପରି ରିଭର୍ସ ରେପୋ ରେଟ୍ ରେ ୦.୯ ପ୍ରତିଶତ ହ୍ରାସ ପରେ ରିଭର୍ସ ରେପୋ ରେଟ୍ ୪ କୁ ଖସି ଆସିଛି। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ। ଆଜି ଆରବିଆଇ ମଧ୍ୟ ବଡ ଘୋଷଣା କରିଛି। ଏହା ସହିତ ଆଗକୁ ଋଣ ଶସ୍ତା ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିଭିନ୍ନ ବ୍ୟାଙ୍କ ଓ ଫାଇନାନସିଆଲ୍ ସେକ୍ଟର ଗୁଡିକ ଋଣ ଉପରେ ଆସନ୍ତା ୩ ମାସ ପାଇଁ ଇଏମଆଇରେ ରିହାତି ଦେବା ପାଇଁ ବ୍ୟାଙ୍କ ଗୁଡିକୁ ଆହ୍ୱାନ କରିଛନ୍ତି ଆରବିଆଇ ଗଭର୍ଣ୍ଣର।

Comments are closed.