Odisha Link
Bridging the Missing Links in Odisha

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କରୋନା

ଓଏଲ୍‌ ବ୍ୟୁରୋ: ବ୍ରିଟେନ୍‌ ରାଷ୍ଟ୍ରମୁଖ୍ୟ କରୋନା ଆକ୍ରାନ୍ତ। ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି।

୧୦ ଡାଉନିଂ ଷ୍ଟ୍ରୀଟ୍‌ ମୁଖପାତ୍ରଙ୍କ କହିବା ମୁତାବକ ଗତକାଲି ବୋରିସ୍‌ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ନେଇ ସନ୍ଦେହ ଉପୁଜିବାରୁ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ପରେ ସେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।

ଏକ ସ୍ବତନ୍ତ୍ର ଚିକିତ୍ସା ଦଳ ବୋରିସ୍‌ଙ୍କର ଚିକିତ୍ସା କରୁଥିବା ବେଳେ ସରକାରୀ ନିୟମ ମୁତାବକ ସେ ୧୦ ଡାଉନିିଂ ଷ୍ଟ୍ରୀଟ୍‌ ବାସ ଭବନରେ ସେଲ୍‌ଫ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଏକ ଭିଡିଓ ବାର୍ତ୍ତାରେ ବୋରିସ୍‌ କହିଛନ୍ତି ଯେ ତାଙ୍କ ଦେହରେ ସାମାନ୍ୟ ଉତ୍ତାପ ସାଙ୍ଗକୁ ଅନବରତ କାଶ ହେବାରୁ ସେ କରୋନା ସନ୍ଦେହ କରିଥିଲେ। ବର୍ତ୍ତମାନ ମୁଁ ସେଲ୍‌ଫ କ୍ବାରାଣ୍ଟିନ୍‌ରେ ଥିଲେ ବି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେଶକୁ ନେତୃତ୍ବ ଦେବି ବୋଲି କହିଛନ୍ତି ବୋରିସ୍।

Comments are closed.