Odisha Link
Bridging the Missing Links in Odisha

ମଦ୍ୟପଙ୍କୁ ମଦ ଯୋଗାଇବେ ଏହି ରାଜ୍ୟ ସରକାର

ଥିରୁଅନନ୍ତପୁରମ: ଏପ୍ରିଲ ୧୪ ଯାଏ ସାରା ଦେଶ ଲକ ଡାଉନ। ଆଉ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଲେ ଆଉ ସମସ୍ତ ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକଡାଉନ ସମୟରେ କେରଳର ମଦ୍ୟପ ମାନଙ୍କ ପାଇଁ ଖୁସି ଖବର। କାରଣ କେରଳରେ ମଦ ନମିଳିବାରୁ ୫ଜଣ ମଦ୍ୟପ ଆତ୍ମହତ୍ୟା କରିଥିବା ଖବର ପ୍ରକାଶିତ ହୋଇଥିଲା। ମଦ ନପିଇ ୨୫ରୁ ଅଧିକ ବ୍ୟକ୍ତି ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନଜରରେ ରଖି ଲକଡାଉନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ କେରଳ ସରକାର ମାତ୍ରାଧିକ ମଦ୍ୟପାନକାରୀଙ୍କୁ ସର୍ବନିମ୍ନ ପରିମାଣର ମଦ ଯୋଗାଇବାକୁ ଯୋଜନା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନନ୍ କହିଛନ୍ତି ଯେ, ଆତ୍ମହତ୍ୟାକୁ ଏଡାଇବା ପାଇଁ ସରକାର ମାତ୍ରାଧିକ ମଦ୍ୟପାନକାରୀଙ୍କୁ ସର୍ବନିମ୍ନ ପରିମାଣର ମଦ ଯୋଗାଇବାକୁ ଯୋଜନା କରୁଛନ୍ତି। ଲକଡାଉନ ସମୟରେ ଭାରୀ ମଦ୍ୟପାନକାରୀଙ୍କୁ ମଦ ଯୋଗାଇବା ପାଇଁ ବାଟ ବତାଇବାକୁ ରାଜ୍ୟ ସରକାର ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପାଖାପାଖି ୧ .୬ନିୟୁତ ମଦ୍ୟପ ଅଛନ୍ତି ଯେଉଁମାନେ ନିୟମିତ ଭାବରେ ମଦ ପିଉଛନ୍ତି। ସେଥିମଧ୍ୟରୁ ୪୫ପ୍ରତିଶତ ମାତ୍ରାଧିକ ମଦ୍ୟପାନକାରୀ ଅଟନ୍ତି।

Comments are closed.