Odisha Link
Bridging the Missing Links in Odisha

କରୋନା ଭୟରେ ମନ୍ତ୍ରୀଙ୍କ ଆତ୍ମହତ୍ୟା

ଫ୍ରାଙ୍କଫର୍ଟ: କରୋନା ଭୟରେ ଆତ୍ମହତ୍ୟା କରିଛନ୍ତି ଜର୍ମାନୀର ହେସ୍ ରାଜ୍ୟର ଅର୍ଥମନ୍ତ୍ରୀ ଥମାସ୍‌ ସାପେର। ଜର୍ମାନୀକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଅର୍ଥନୈତିକ ଅବସ୍ଥା କ’ଣ ହେବ ସେଇ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଫୋଲକର ବୋଭିଅର।

ଗତକାଲି ଅର୍ଥମନ୍ତ୍ରୀଙ୍କ ଶବ ରେଳଧାରଣା କଡ଼ରୁ ମିଳିଥିଲା। ହେସ୍‌ରେ ଜର୍ମାନୀର ଅର୍ଥନୈତିକ ରାଜଧାନୀ ଫ୍ରାଙ୍କଫର୍ଟ ରହିଛି।

ବେଶ୍‌ ପ୍ରସିଦ୍ଧ ଓ ସମ୍ମାନିତ ବ୍ୟକ୍ତିତ୍ବ ଥମାସ୍‌ଙ୍କୁ ଅନେକେ ଫୋଲକରଙ୍କ ପରେ ରାଷ୍ଟ୍ରମୁଖ୍ୟ ଭାବେ ଦେଖିବାକୁ ଆଶା କରୁଥିଲେ। ଏଭଳି ସମୟରେ ତାଙ୍କର ଆତ୍ମହତ୍ୟା ଜର୍ମାନୀର ଆତ୍ମାକୁ ଥରାଇ ଦେଇଛି।

ପ୍ରାୟ ୯ କୋଟି ଜନସଂଖ୍ୟା ବିଶିଷ୍ଟ ଜର୍ମାନୀରେ ଆଜି ସୁଦ୍ଧା କରୋନା ଦ୍ବାରା ୫୮,୨୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୫୫ ଜଣ ମୃତ୍ୟୁବରଣ କରିଛନ୍ତି।

Comments are closed.